ଆଉ ଆଦାୟ ହେବନି ୟୁଜର୍ସ ଫ

  • ଉପକୃତ ହେବେ ୭୦ ଲକ୍ଷ ପରିବାର

  • ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ବର, 12/06 (ନିପ୍ର): ରାଜ୍ୟ ସରକାର ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି । ଏହାକୁ ଅଧିକ ସୁଦୃଢ ଓ ଲୋକଭାଭିମୁଖୀ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହି ଯୋଜନା ରାଜ୍ୟର ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକାରୀ ହେବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଏହି ଯୋଜନା ଅଧିନରେ ସ୍ବାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ । ରାଜ୍ୟର ସ୍ବାସ୍ଥ୍ୟାନୁଷ୍ଠାନ ଗୁଡିକରେ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ । ରାଜ୍ୟର ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକରେ ବାର୍ଷିକ ପ୍ରାୟ ୪ କୋଟି ୮୪ ଲକ୍ଷ ରୋଗୀ ଉପସ୍ଥାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ରୋଗ ପାଇଁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ଓ ଔଷଧ ଉପଲବ୍ଧ ହେବ । ଏଥିସହ ଡାକ୍ତରଖାନାରେ ଆଦାୟ ହେଉଥିବା ସମସ୍ତ ପ୍ରକାର ୟୁଜର୍ସ ଫି ବନ୍ଦ କରାଯିବ ।

ରାଜ୍ୟ ସରକାର ଆରମ୍ଭ କରୁଥିବା ଏହି ଯୋଜନାରେ ପ୍ରାଥମିକ ଠାରୁ ଆରମ୍ଭ କରି ଶୀର୍ଷସ୍ତରୀୟ ସବୁ ଚିକିତ୍ସା ସେବା ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିପାରିବ ଏବଂ ଏଥିରେ ରାଜ୍ୟ ଜନସଂଖ୍ୟାରେ ୭୦ ପ୍ରତିଶତ ଅର୍ଥା ପାୟ ୭୦ ଲକ୍ଷ ପରିବାର ସ୍ବାସ୍ଥ୍ୟ ସୁରକ୍ଷା ପାଇପାରିବେ । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନଗୁଡିକୁ ଆସୁଥିବା ସମସ୍ତ ପ୍ରସୂତି ଓ ଅସୁସ୍ଥ ଶିଶୁଙ୍କ ସ୍ବାସ୍ଥ୍ୟାନୁଷ୍ଠାନରୁ ନିଜ ଘରକୁ ଫେରିବା ପାଇଁ ୫୦୦ ଟଙ୍କା ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ । ଏଥିରେ ବର୍ଷକୁ ୬.୫ ଲକ୍ଷରୁ ଅଧିକ ପ୍ରସୂତି ଓ ଅସୁସ୍ଥ ଶିଶୁ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, ସରକାରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିରାମୟ, ନିଦାନ, ସହାୟ ଓ ସୁନେତ୍ର ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ମାଗଣା ଆମ୍ବୁଲାନସ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + 1 =