ଅଭିନେତ୍ରୀଙ୍କୁ ହତ୍ୟା ଧମକ

ଓଡିଆ ସିରିଏଲ୍ ଅଭିନେତ୍ରୀଙ୍କୁ ହତ୍ୟା ଧମକ । ବାରମ୍ବାର ଅଶ୍ଳୀଳ ଫୋଟୋ ଏବଂ ମେସେଜ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଏନେଇ ଆଜି କମିଶନରେଟ୍ ପୋଲିସ ନିକଟରେ ଅଭିନେତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଅଭିନେତ୍ରୀ ଜଣଙ୍କ ଓଡିଆ ସିରିଏଲରେ ଅଭିନୟ କରନ୍ତି । ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ପାଖକୁ ଏକ ଅଜ୍ଞାତ ନମ୍ବରରୁ ଅଶ୍ଳୀଳ ଫୋଟୋ ଏବଂ ମେସେଜ ଆସୁଛି । ଏପରିକି ତାଙ୍କ ଫୋଟୋକୁ ଅଶ୍ଳୀଳ ଭାବରେ ଏଡିଟ୍ କରାଯାଇ ତାଙ୍କ ପାଖକୁ ପଠାଯାଇଛି । ତେବେ ଅଭିନେତ୍ରୀ ଜଣଙ୍କ ଅଜ୍ଞାତ ନମ୍ବରକୁ ବ୍ଲକ ଲିଷ୍ଟରେ ପକାଇଲେ ମଧ୍ୟ ଅଲଗା ଅଲଗା ନମ୍ବରରୁ ଦୂବୃତ୍ତ ଜଣଙ୍କ ତାଙ୍କୁ ହ୍ୱାଟସଆପରେ ମେସେଜ କରୁଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବା ସହ ତାଙ୍କୁ ହତ୍ୟା କରିବା ପାଇଁ ଦୂବୃତ୍ତ ଧମକ ଦେବା ସହିତ ତାଙ୍କ ଉପରେ ଏସିଡ ମାଡ କରିବ ବୋଲି ଦୁର୍ବୃର୍ତ ଜଣକ ଧମକ ଦେଇଛି
। ତେବେ ଏହି ଘଟଣାକୁ ନେଇ ଅଭିନେତ୍ରୀ ଜଣଙ୍କ ଭୟଭୀତ ହୋଇଯାଇଥିବା ବେଳେ ପ୍ରୋଫେସନାଲ କାମ ପାଇଁ ସେ ତାଙ୍କ ନମ୍ବର ମଧ୍ୟ ପରିବର୍ତ୍ତନ କରିପାରୁନଥିବା କହିଛନ୍ତି । କମିଶନରେଟ ପୋଲିସ ନିକଟରେ ଏନେଇ ସେ ଅଭିଯୋଗ କରିବା ପରେ ଜଣେ ମହିଳା ପୋଲିସଙ୍କୁ ତାଙ୍କ ପାଖକୁ ପଠାଯାଇ ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେବେ ଦୀର୍ଘ ଦିନ ଧରି ଏଭଳି ସୋସିଆଲ୍ କ୍ରାଇମ ଥମି ଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଏହା ମୁଣ୍ଡ ଟେକିଛି ।

Share

Leave a Reply

Your email address will not be published. Required fields are marked *

sixteen + five =