ଅନୁଭବଙ୍କ ନାଁରେ ଏତଲା

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଏବେ ପୁଣି ଦାଣ୍ଡରେ । ଦିନକୁ ଦିନ ତିକ୍ତ ହେଉଛି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସ୍ୱାମୀ ଅନୁଭବଙ୍କ ବିରୋଧରେ କଟକ-ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ନେଇ ଆପତ୍ତି ଉଠାଇଛନ୍ତି ଏତଲାରେ ବର୍ଷା ଦର୍ଶାଇଛନ୍ତି, ମନଗଢା ଭିଡିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କଥା କହୁଛନ୍ତି । ମିଥ୍ୟା ପ୍ରଚାର ଦ୍ୱାରା ତାଙ୍କର ପ୍ରତିଷ୍ଠା ଭାବ ମୂର୍ତ୍ତି କ୍ଷୁର୍ଣ୍ଣ ହେବା ସହ ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଥ୍ୟା ଆରୋପ ଲଗାଇ ସୋସିଆଲ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରିବା ଷଡଯନ୍ତ୍ର କରିଛନ୍ତି । ଭିତ୍ତିହିନ କାହାଣୀ ସଜାଇ ସମାଜରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଛଡାଇନେଇଥିବା ଅଭିଯୋଗ କରିଛନ୍ତି ବର୍ଷା । ଏଥିସହିତ ଏଫଆଇଆରରେ ତାଙ୍କ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଓ ପାରିବାରିକ ବିବାଦ ବାବଦରେ ଉଲ୍ଲେଖ କରିଛନ୍ତି ବର୍ଷା ।

Share

Leave a Reply

Your email address will not be published. Required fields are marked *

two × 4 =