ହାତଗଣ୍ଠି ପଡିଲା ୧୨ ଯୋଡିଙ୍କର

ବ୍ରହ୍ମପୁର—ବ୍ରହ୍ମପୁର ସହର ଅନ୍ତର୍ଗତ ଖଜାସାହି ମୁସଲିମ କଲଚରାଲ ଆସୋସିଏସନ ପକ୍ଷରୁ ୧୨ ଯୋଡି ହିନ୍ଦୁ ଓ ମୁସଲମାନ ସଂମ୍ପ୍ରଦାୟର ଯୁବକ ଯୁମତୀଙ୍କୁ ନେଇ ଏକ ସମୁହ ବିବାହ ଉସô୍ବ ଅନୁଷ୍ଠିତ ହୋଇଯାଇଛି । ଏହି ୧୨ ଯୋଡି ଯୁବକ ଯୁବତୀଙ୍କ ମଧ୍ୟରେ ୯ ଯୋଡି ମୁସଲିମ ସଂମ୍ପ୍ରଦାୟର ଏବଂ ଅନ୍ୟ ୩ ଯୋଡି ହିନ୍ଦୁ ସଂମ୍ପ୍ରଦାୟର ବୋଲି ଜଣାପଡିଛି । ଏମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବ ପାଇଁ ବିବାହ କରିପାରୁନଥିଲେ । କିନ୍ତୁ ଗଂଜାମ ଜିଲ୍ଲାର ଖଜାସାହି ମୁସଲିମ କଲଚରାଲ ଆସୋସିଏସନ ଏଭଳି ଏକ ସମୁହ ବିବାହ ଉସô୍ବର ଆୟୋଜନ କରି ଲୋକ ମାନଙ୍କର ପ୍ରିୟପାତ୍ର ହୋଇପାରିଛି । ବିଭିନ୍ନ ସଂମ୍ପ୍ରଦାୟର ଯୁବକ ଯୁବତୀ ମାନଙ୍କୁ ନିଜନିଜ ପରମ୍ପରା ଓ ରୀତିନୀତି ଅନୁଯାୟୀ ଏହି ମୁସଲିମ ସଂଗଠନ ବିବାହ ସଂମ୍ପନ୍ନ କରି ଆବଶ୍ୟକୀୟ ଜାନିଯୌତୁକ ମଧ୍ୟ ଦେଇଛି । ଗତ ୪ ବର୍ଷ ହେଲା ଏହି ସଂଗଠନ ଏଭଳି କାର୍ଯ୍ୟ କରିଆସୁଥିବାରୁ ସମସ୍ତେ ଏହାର ପ୍ରସଂଶା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + eighteen =