ସେଆ ର ନୂତନ ଅଧ୍ୟକ୍ଷ ଶିଶିର କୁମାର ରଥୋ

ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ଶ୍ରୀ ଶିଶିର କୁମାର ରଥୋ ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ(ସେଆ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାରଙ୍କ ୧୯ ସେପ୍ଟେମ୍ବର ୨୦୨୨ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ରଥୋ ତିନି ବର୍ଷ ପାଇଁ ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାପଡ଼ିଛି । ୧୯୮୭ ବ୍ୟାଚର ଭାରତୀୟ ବନ ସେବା ଅଧିକାରୀ ଶ୍ରୀ ରଥୋ ଏହା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଆସିଛନ୍ତି । ବନ ବିଭାଗ ସମେତ ସେ କ୍ରୀଡା ଭିତ୍ତିଭୂମି, ସହରାଞ୍ଚଳ ପରିବହନ, ପାନୀୟ ଜଳ ଯୋଗାଣ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ “ଆଗ୍ରୋ ଫରେଷ୍ଟ୍ରି ମାନୁଆଲ ଫର ଏସିଆ ପାସିଫିକ ରିଜିଓନ” ପୁସ୍ତକର ସହ ରଚୟିତା ଏବଂ “ଇଟରନାଲ ଉଇଜଡମ ଫର ଦି ଟ୍ରାଇବସ” ପୁସ୍ତକ ଏବଂ ଅନେକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଖ୍ୟାତି ଅର୍ଜନ କରିଛନ୍ତି । ପରିବେଶ ଓ ଜଙ୍ଗଲ କ୍ଷେତ୍ରରେ ଥିବା ତାଙ୍କର ଦୀର୍ଘ ଅଭିଜ୍ଞତାକୁ ପାଥେୟ କରି ଓଡ଼ିଶାରେ ବ୍ୟାପକ ରୂପାନ୍ତରଣ ଆଣିପାରିବେ ବୋଲି ଆଶା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

sixteen − four =