ସୁନ୍ଦରୀ ପାଇଁ ଡିଏଫଓ ଗଲେ

ଭୁବନେଶ୍ୱର— ସୁନ୍ଦରୀ ପାଇଁ ଡିଏଫଓଙ୍କ ଆସନ ଟଳମଳ । ଇଏ କେଉଁ ସୁନ୍ଦରୀ ମହିଳା ନୁହଁନ୍ତି । ଏ ସୁନ୍ଦରୀ ହେଉଛି ସାତକୋଶିଆ ଜଙ୍ଗଲରେ ଛଡାଯାଇଥିବା ବାଘୁଣୀ ସୁନ୍ଦରୀ । ବାଘୁଣୀ ଏହା ମଧ୍ୟରେ ମଣିଷ ଶିକାର ଠାରୁ ଆରମ୍ଭ କରି ଗୃହପାଳିତ ପଶୁଙ୍କୁ ଶିକାର କରିବା ନେଇ ସଂପୃକ୍ତ ଅଂଚଳରେ ଏକ ଆତଙ୍କ ଜନକ ପରିସ୍ତିତି ସୃଷ୍ଟି କରିଥିଲା । ଯାହାକୁନେଇ ସେଠାରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହି କାରଣରୁ ସାତକୋଶିଆ ଡିଏଫଓ ଏସଏମଟି ରହମାନ ବିବିଦରେ ଥିଲେ । ରାଜ୍ୟ ସରକାର ଆଜି ସେହି ଡିଏଫଓଙ୍କୁ ସେଠାରୁ ବଦଳି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − two =