ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ଜାପାନ ନାଗରିକ

 କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି । କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍‌ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗତ ମଙ୍ଗଳବାର ଦିନ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । ତାଙ୍କର ଜ୍ୱର ସହିତ ଥଣ୍ଡା ଓ କାଶ ଜନିତ ସମସ୍ୟା ରହିଥିଲା । ତେବେ ସମସ୍ତ ପ୍ରକାର ଚିକିତ୍ସା ଗ୍ରହଣ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବେଳେ ଜାପାନ୍‌ର ଏହି ନାଗରିକ ଜଣକ କୋଭିଡ ସଂକ୍ରମିତ ହୋଇଥିଲେ । ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଉତମ ଚିକିତ୍ସା ଓ ସେବା ସୁଶୃଷା ଫଳରେ ସେ ସୁସ୍ଥ ହୋଇପାରିଛନ୍ତି ଓ ଡାକ୍ତର ଏବଂ ନର୍ସମାନଙ୍କର ସେବା ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 2 =