ଶୁଭଶ୍ରୀ ହତ୍ୟା ମାମଲା,ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ

ରାଜଧାନୀର ଶାସ୍ତ୍ରୀନଗରରେ ଶୁଭଶ୍ରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଉଲ୍ଲେଖଯୋଗ୍ୟ, ବୁଧବାର ସନ୍ଧ୍ୟାରେ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ସନ୍ଧ୍ୟା ବେଳଟାରେ ଜଣେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।

ମୃତକ ହେଲେ ଅନନ୍ତ ନାରାୟଣ ନାଥଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର(୨୫) । ଶୁଭଶ୍ରୀ ଘରେ ଏକାକୀ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ରଶିରେ ବେକକୁ ଚାପି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ୩ ବର୍ଷର ପୁଅକୁ ଟ୍ୟୁସନରେ ଛାଡ଼ି ଘରକୁ ଫେରିଥିବା ଶୁଭଶ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପଛରେ ବଡ଼ଧରଣର ରହସ୍ୟ ଛପି ରହିଛି ବୋଲି ସ୍ପଷ୍ଟ ହୋଇଛି । ଘର ଭିତରେ ଲୁଟର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ହତ୍ୟାକାରୀ ସୁଚିନ୍ତିତ ଉପାୟରେ ଶୁଭଶ୍ରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି । ଦୁର୍ବୃତ୍ତକୁ ଠାବ କରିବାକୁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି । ପୋଲିସ ଶୁଭଶ୍ରୀଙ୍କ ସ୍ୱାମୀ ଅନନ୍ତଙ୍କ ସହ ତାଙ୍କ ମା’ ସନ୍ଧ୍ୟାରାଣୀ ମହାପାତ୍ର, ବାପା ପ୍ରଫୁଲ୍ଲ ମହାପାତ୍ର, ମାମୁ ଧୀରେନ୍ ମହାପାତ୍ର ଓ ମାଇଁଙ୍କୁ ପଚରାଉଚରା କରିଛି । ଏଥିସହିତ ପୋଲିସ ପରିବାରର ୪ଟି ମୋବାଇଲ୍ ଫୋନ୍ ଜବତ କରି କଲ୍ ରେକର୍ଡ ଯାଞ୍ଚ ଚଳାଇଛି ଓ ସ୍ୱାମୀ ଅନନ୍ତଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁକରିଛି ।

Share

Leave a Reply

Your email address will not be published. Required fields are marked *

20 + 15 =