ରାଇସ ମିଲ୍ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବେଳପଡା ରାସ୍ତା ଚଟୁଅନକାରେ ଥିବା ବଂଶଲ ରାଇସ ମିଲ୍ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ଏକ ଧାନ ଗାଡିକୁ ଅଟକ ରଖି ଯାଞ୍ଚ୍ କରିଥିଲେ । ଏହି ଧାନ ଗାଡିଟି ବଂଶଲ ରାଇସ ମିଲକୁ ଯାଉଥିବା ସୂଚନା ପାଇ ମିଲ ଉପରେ ଚଢ଼ାଉ କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ପରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ମିଲରେ ଟେଷ୍ଟ ମିଲିଂ ପ୍ରକ୍ରିୟାକୁ ଯାଞ୍ଚ୍ କରାଯାଇଛି ।

ଯାଞ୍ଚ୍ ବେଳେ ମିଲରେ ଏକ ହଜାର କୁଇଣ୍ଟାଲ ଧାନ କମ ରହିଥିବା ବେଳେ ପାଖାପାଖି ୪ ଶହ କୁଇଣ୍ଟାଲ ଚାଉଳ ମଧ୍ୟ କମ୍ ରହିଥିବା ଜାଣିବାକୁ ପାଇଥିଲେ । ପରେ ମିଲ୍‌କୁ ସିଲ୍ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ୍ ସମୟରେ ଏ ଡ଼ି ଏମ ଲମ୍ବୋଦର ଧରୁଆ, ତୁରକେଲା ବ୍ଲକଯୋଗାଣ ଅଧିକାରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ସହ ଡିଆରସିଏସ ଅଧିକାରୀ ଉପସ୍ଥିତ ରହିଥିଲେ । ମିଲରେ ଆବଶ୍ୟକ ଅନୁଯାୟୀ ଧାନ ନଥିବାରୁ ବାହାରୁ ଧାନ ଆଣି ଟାର୍ଗେଟ ପୁରା କରୁଥିବା ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖି ଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

five × one =