ମୃତକଙ୍କୁ ବଞ୍ଚାଇବା ପାଇଁ ଝଡ଼ାଫୁଙ୍କା

ପୁଣି ଅନ୍ଧବିଶ୍ୱାସର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମୃତକଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ଝଡ଼ାଫୁଙ୍କାର ସାହାଯ୍ୟ ନେଇଛନ୍ତି। ଘଟଣା ଘଟିଛି ବଲାଙ୍ଗିରଜିଲ୍ଲା ସରକାରୀ ମେଡିକାଲ୍ କଲେଜ୍ ହସ୍ପିଟାଲରେ।
ସୂଚନା ଅନୁସାରେ, ଗତ ୨ ତାରିଖରେ ସିନ୍ଧେକାଲା ଥାନା ଅନ୍ତର୍ଗତ ଦିଗସିରା ଗାଁର ମଧୁ ପୟାସିଂହ (୧୫) ଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ଗତକାଲି ଦିନ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ମଧୁଙ୍କ ପରିବାର ଲୋକଙ୍କ ମନ ମାନି ନଥିଲା। ସେମାନେ କଳାହାଣ୍ଡି ଜିଲ୍ଲାରୁ ଜଣେ ଗୁଣିଆକୁ ଡାକି ଥିଲେ।
ଗତକାଲି ସନ୍ଧ୍ୟାରେ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହରେ ଗୁଣିଆ ମୃତ ଶରୀରକୁ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଥିଲା।

Share

Leave a Reply

Your email address will not be published. Required fields are marked *