ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ

୨୦୨୩ରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଏନେଇ ୟୁନେସ୍କୋକୁ ପଠାଯିବ ସମ୍ପୂର୍ଣ୍ଣ ଚିଠା । ଚିଠା ପ୍ରସ୍ତୁତି ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ ତାଲିକାରେ ପୁରୀ ରଥଯାତ୍ରାକୁ ସାମିଲ କରିବା ନେଇ ଗତବର୍ଷ ଚିଠି ଦିଆଯାଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ଏ ନେଇ ୟୁନେସ୍କୋକୁ ଚିଠି ଲେଖିଥିଲେ । ଆସନ୍ତା ୨୦୨୩ ବର୍ଷର ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତବର୍ଷ ଏନେଇ ୟୁନେସ୍କୋକୁ ପଠାଯିବ ସମ୍ପୂର୍ଣ୍ଣ ଚିଠା । ୟୁନେସ୍କୋରେ ନାମାଙ୍କନ ଦାଖଲ କରିବା ପାଇଁ ଚିଠା ପ୍ରସ୍ତୁତ ନିମନ୍ତେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ଏନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ ଜଣ ମଠାଧୀଶଙ୍କୁ ନେଇ ଗଠନ କରାଯିବ ପରାମର୍ଶ କମିଟି । ତେବେ ରଥଯାତ୍ରାକୁ ଇଣ୍ଟରନ୍ୟାସନାଲ ହେରିଟେଜ୍ ମାନ୍ୟତା ମିଳିବା ପାଇଁ ଗତବର୍ଷ ଠାରୁ ତଥ୍ୟ ଓ ପ୍ରମାଣ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

Share

Leave a Reply

Your email address will not be published. Required fields are marked *

two × one =