ବିଚାରପତି ମୃତ୍ୟୁ ମାମଲା,ସିବିଆଇ ତଦନ୍ତ ହେଉ

କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲା । ସୁବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପିଉସୀ ପୁଅ ଭାଇ । ସ୍ତ୍ରୀ ଓ ଶଳା ମିଶି ମାରିଛନ୍ତି , ସିବିଆଇ ତଦନ୍ତ ହେଉ ବୋଲି କହିଲେ ପିଉସୀ ପୁଅ । ମୃତଦେହରେ ଆଘାତ ଚିହ୍ନ ଥିଲା ବୋଲି କହିଲେ ପିଉସୀ ପୁଅ । ମୃତଦେହ ଆମକୁ ଦେଲେନି କି ଦେଖାଇ ବି ଦେଲେନି । ଏହା ଏକ ଯୋଜମନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଲେ ସୁବାସଙ୍କ ଭିଣୋଇ ।
ସେପଟେ ପୁଅକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କଲେ ସୁବାସଙ୍କ ମାଆ । ପୁଅକୁ ଘରକୁ ଛାଡୁ ନ ଥିଲେ ମୋ ସହ କଥା କରାଇ ଦେଉ ନଥିଲେ । ବୋହୂ ଏବଂ ତାଙ୍କ ଭାଇ ମାରିଦେଇଛନ୍ତି ବୋଲି କହିଲେ ସୁବାସ ଙ୍କ ମାଆ ।

Share

Leave a Reply

Your email address will not be published. Required fields are marked *

four × five =