ବଦନାମ ହେବା ଭୟରେ ଝିଅଙ୍କୁ ବିଷ ଯାଚିଥିଲେ ବାପା ମା

ଆର୍ ଉଦୟଗିରି ଦୁଇ ଭଉଣୀଙ୍କ ମୃତଦେହ ମିଳିବା ମାମଲାରେ ନୂଆ ମୋଡ଼ ଆସିଥିବା ବେଳେ ଜଣାପଡ଼ିଛି ହତ୍ୟା ପଛର କାହାଣୀ । ପୂର୍ବରୁ ବାହାଘର ଭାଂଗିଯିବାରୁ ଦୁଇ ଝିଅ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ହତ୍ୟାକାରୀ ବାପା କହୁଥିବା ବେଳେ ପଚରାଉଚରା ପରେ ସତ ଓଗାଳିଛି ପୁଲିସ୍ ।ହତ୍ୟାକାରୀ ବାପା ନିଜ ଦୋଷ ସ୍ୱୀକାର କରିବା ସହ କହିଛି, ଝିଅ ସ୍ୱପ୍ନାର ବାହାଘର ଭୁବନେଶ୍ୱରରେ ଠିକ ହୋଇଥିବା ବେଳେ ଭାବି ଜ୍ୱାଇଁ ଶେଷ ମୁହୂର୍ତରେ ଚରିତ୍ର ଖରାପ ଦର୍ଶାଇ ବାହାଘର ଭାଂଗିଦେଇଥିଲେ । ଆଉ ଏହାକୁ ନେଇ ସେ ଓ ତାଙ୍କ ପତ୍ନୀ ଚାପରେ ଥିଲେ । ବଦନାମ ହେବା ଭୟରେ ଦୁଇ ଝିଅ ସ୍ୱପ୍ନା ଓ କିରଣଙ୍କୁ ୨୮ ତାରିଖ ରାତିରେ ଗ୍ଲାସରେ ବିଷ ରଖି କହିଥିଲେ, ଦୁଇ ଭଉଣୀ ବିଷ ନପିଇଲେ ସେମାନେ ବିଷ ପିଇ ଆତ୍ମହତ୍ୟା କରିବେ ।ବାପା, ମାଆଙ୍କ ଦୁଃଖ ସହିନପାରି ଦୁଇ ଭଉଣୀ ବିଷ ପିଇ ଦେଇଥିଲେ ଓ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଯୋଜନା ମୁତାବକ ପ୍ରମୋଦ ଓ ତାଙ୍କ ପତ୍ନୀ ଦୁଇ ଭଉଣୀଙ୍କ ମୃତଦେହକୁ କୂଅରେ ପକାଇଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ବିଷ ବୋତଲ ସମେତ ଅନ୍ୟାନ୍ୟ ଜିନିଷଗୁଡ଼ିକୁ ନିକଟସ୍ଥ ଭଲିବଲ୍ କୋର୍ଟରେ ଫିଙ୍ଗି ଦେଇଥିଲେ । ଜେରା ପରେ ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି ହତ୍ୟାକାରୀ ବାପା । ଆଉ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହରେ ପୁଲିସ୍ ଛାନଭିନ୍ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

two × 4 =