ପୂଜକଙ୍କୁ କଚାଡ଼ି ଦେଲା ହାତୀ

ଢେଙ୍କାନାଳ—ଘରୁ ଟାଣି ନେଇ ପୂଜକଙ୍କୁ କଚାଡ଼ି ଦେଲା ହାତୀ ଘଟଣାଟି ଘଟିଛି ଢେଙ୍କାନାଳ ସଦର ରେଞ୍ଜର ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଗତକାଲି ଘରୁ ଟାଣି ନେଇ ହାତୀ କଚାଡ଼ି ଦେଇଛି। ତାଙ୍କ ନାଁ ଶ୍ରୀନିବାସ ଦେହୁରି। ତାଙ୍କ ବୟସ ୬୦ ବର୍ଷ। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏରେ ମଧ୍ୟରେ ଏହି ଘଟଣାଟି ଘଟିଥିଲା।ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ବନବିଭାଗ ପକ୍ଷରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା।

Share

Leave a Reply

Your email address will not be published. Required fields are marked *

two × 5 =