ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡିଶା

ପୁଣି ଲଘୁଚାପ ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୩ ଓ ୧୪ରେ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏପରିକି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ମଧ୍ୟ ସମ୍ଭାବନା ରହିଛି । ଆକସ୍ମିକ ବାତ୍ୟା ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଜଳବନ୍ଦୀ ସମସ୍ୟା ମଧ୍ୟ ଉପୁଜିପାରେ ।

ଏହି ଦୁଇ ଦିନ ମଧ୍ୟରେ ପବନ ମଧ୍ୟ ବହିବ । ଘଣ୍ଟାପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବା ସହ ସର୍ବାଧିକ ୬୫ କିମି ବେଗରେ ବହିବାର ସମ୍ଭାବନା ରହିଛି । ଓଡିଶା ଉପକୂଳ ଅଶାନ୍ତ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ସତର୍କତା ଦୃଷ୍ଟିରୁ ଏହି ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + one =