ପଦ୍ମପୁର ଉପନିର୍ବାଚନ: ୨୨ ରାଉଣ୍ଡ ସୁଦ୍ଧା ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନ ରଖିଛି ବିଜେଡି

ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଶଷେ ସୀମାରେ ପହଂଚିବାକୁ ବସିଲାଣି ।ପ୍ରଥମ ରାଉଣ୍ଡରୁ ବର୍ତ୍ତମାନ ଯାଏ ସବୁଥିରେ ବିଜେଡି ପ୍ରାର୍ଥୀ ଆଗରେ ରଖିଥିବା ବେଳେ
ବର୍ତ୍ତମାନ ୨୨ ନମ୍ବର ରାଉଣ୍ଡର ଫଳାଫଳ ଘୋଷଣା ହୋଇଛି । ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ୪୯୭୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୨୪୬୭ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୦୫ ଖଣ୍ଡ ଭୋଟ୍ ମିଳିଥିବା ନେଇ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେଡିର ଭୋଟ୍ ବ୍ୟବଧାନ ନିକଟତମ ପ୍ରତିଦ୍ବନ୍ଦି ଠାରୁ ମୋଟ୍ ୪୦୬୨୬ ରହିଛି ।

Share

Leave a Reply

Your email address will not be published. Required fields are marked *

3 × five =