ନୂଆପଡାରେ ଦିନ ଦ୍ୱିପହରରେ ଫାୟାରିଂ କଲେ ଦୁର୍ବୃତ୍ତ

ଦିନ ଦ୍ୱିପହରରେ ଫୁଟିଲା ଗୁଳି | ଆହତ ହେଲେ ବାପାପୁଅ | ଦୁର୍ବୁତାମାନେ ବାପା ଓ ପଂକ ଉପରକୁ ଆଖି ବୁଜା ଫାୟାରିଂ କରିଛନ୍ତି | ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକରେ ଘଟିଛି ଏହି ଘଟଣା | ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି। ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଛି। ବାପପୁଅଙ୍କ ପରିଚୟ ମିଳିନାହିଁ।

ଆଜି ସକାଳେ ବାପପୁଅ ବାଇକ୍‌ରେ ଯାଉଥିବା ବେଳେ ପଛୁରୁ ଏକ କାର୍‌ ଆସୁଥିଲା। ସିନାପାଲି ରାବଣ ଛକରେ କାର୍‌ରେ ଥିବା ଦୁର୍ବୃତ୍ତମାନେ ବାପାପୁଅଙ୍କୁ ୨ ରାଉଣ୍ଡ ଗୁଳି ଚାଳନା କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ାକୁ ସ୍ଥାନାନ୍ତର କରାଯାଇଛି।

କାର୍‌ରେ କେତେଜଣ ଦୁର୍ବୃତ୍ତ ଥିଲେ ତାହା ଜଣାପଡ଼ିନାହିଁ। ବାପାପୁଅଙ୍କୁ କାହିଁକି ଦୁର୍ବୃତ୍ତମାନେ ଗୁଳିଚାଳନା କଲେ ତାହାର କାରଣ ଅସ୍ପଷ୍ଟ ରହିଛି।

ସେପଟେ ଏନେଇ ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହ୍ଞ୍ଚିଛି | ତଦନ୍ତ ଆରମ୍ଭ କରିବା ସହ ବାଇକ୍‌ ଜବତ କରିଛି |

Share

Leave a Reply

Your email address will not be published. Required fields are marked *

five × five =