ଦେଶରେ୧,୨୪୯ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୯୨୭ନୂଆ କରୋନା ମାମଲା

ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ହଜାର ଟପିଛି ।  ଦିନକରେ ପୁଣି ଦେଶରେ ୧୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ  ସାରା ଦେଶରେ ଡାକ୍ତରଖାନା ଗୁଡିକରେ ପୁଣିଥରେ କୋଭିଡ ପରିଚାଳନା ମକଡ୍ରିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଜଟିଳ ମାମଲାର ଜେନୋମ ସିକ୍ଵେନ୍ସିଂ  କରିବାକୁ ସ୍ଥିର କରାଯାଇଛି।

ତେବେ ଦିନକରେ ୭୧୮ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କୋବିଡ ଆରୋଗ୍ୟ ହାର  ୯୮.୭୯ ପ୍ରତିଶତ ରହିଛି । ଦେଶରେ ୭ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି  ଏପର୍ଯ୍ୟନ୍ତ ୨୨୦କୋଟି ୬୫ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି। ଗତ ଦିନକ ମଧ୍ୟରେ ୭ହଜାର ୫୦୦ ପ୍ରତିଷେଧକ ଟିକା ଦିଆଯାଇଛି। ଏବେ କରୋନା ସଂକ୍ରମଣ ସହ ଏଚ୩ଏନ୨ ଫ୍ଲୁ ଦେଖା ଦେଇଥିବାରୁ ଏହା ଚିନ୍ତା ବଢ଼ାଇଛି । ଚଳିତ ମାର୍ଚ୍ଚ ମାସରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ଏହି ସମସ୍ୟାକୁ ଅଧିକ ଗମ୍ଭୀର କରିଛି।

Share

Leave a Reply

Your email address will not be published. Required fields are marked *

3 + 18 =