ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଖୁସି

ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା । ୧୭ ଦିନ ପରେ ଶ୍ରୀମନ୍ଦିର ସମ୍ମୁଖ ରାସ୍ତା ଖୋଲାଯାଇଛି । ଏହାପରେ ଖୁସି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଏହି ରାସ୍ତା ଦେଇ କୌଣସି ଯାନବାହାନ ଯିବ ନାହିଁ । କେବଳ ଜନସାଧାରଣ ଭକ୍ତ ଚାଲି ଚାଲି ଯିବାର ବ୍ୟବସ୍ଥା କରାଯାଇଛି ।

ଭକ୍ତମାନେ ସିଧାସଳଖ ବଡଦାଣ୍ଡରୁ ସିଂହଦ୍ୱାର ସମ୍ମୁଖରେ ପତିତପାବନ ଦର୍ଶନ କରୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ଶ୍ରୀନଅରଠାରୁ ରାସ୍ତା ବନ୍ଦ କରାଯାଇଥିଲା । ଫଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ପତିତପାବନ ଦର୍ଶନରୁ ବଞ୍ଚିତ ହେଉଥିଲେ ।

Share

Leave a Reply

Your email address will not be published. Required fields are marked *

6 + one =