କାରରୁ ଉଦ୍ଧାର ହେଲା ଯୁବତୀଙ୍କ ଶବ

ଆଜି ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲୁଇସ ରୋଡର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏକ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। କାରଟି ରାସ୍ତା ଉପରେ ରଖାଯାଇଥିବା ବେଳେ କାରର ଆଗସିଟ୍ ଓ ଡ୍ରାଇଭର ସିଟ୍ ଉପରେ ଯୁବତୀଙ୍କ ମୃତଦେହ ତଳକୁ ମୁହଁ କରି ପଡ଼ିଛି। ଯୁବତୀଙ୍କୁ ହତ୍ୟା କରାଯାଇଛି କିମ୍ବା ଯୁବତୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିିବା ସୂଚନା ଅନୁଯାୟୀ, ଆଜି ଭୋରୁ ହନୁମାନ ମନ୍ଦିର ନିକଟରେ ଏକ ଓଆର୦୨ ଏଏମ ୨୬୦୦ ନମ୍ବର ବିଶିଷ୍ଟ ଏକ ଟାଟା ସଫାରି ଗାଡ଼ି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଗାଡ଼ି ଆଗର ଡାହାଣପଟଟି କୌଣସି ସ୍ଥାନରେ ଦୁର୍ଘଟଣା ହୋଇ ଚେପା ହୋଇଥିବା ଦେଖିବାକୁ ମିଳିଛି। ତେବେ ଗାଡ଼ି ଭିତରେ ଜଣେ ୩୦/୩୫ ବର୍ଷ ବୟସର ମହିଳାଙ୍କ ମୃତଦେହ ଆଗ ସିଟରେ ପଡିରହିଛି । ସେହିପରି ଗାଡ଼ି ଭିତରେ ମନିପର୍ସ, ବ୍ୟାଗ୍ ପ୍ରଭୃତି ମଧ୍ୟ ପଡ଼ିଛି। ସମ୍ଭବତଃ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଥବା ପରେ ତାଙ୍କ ସହିତ ଥିବା ଅନ୍ୟମାନେ ଛାଡ଼ି ପଳାଇ ଯାଇଛନ୍ତି। ଅଥବା କୌଣସି ଅଜଣା ମହିଳାଙ୍କୁ ଅପହରଣ କରି ଅଣାଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେଣୁ ଆସାମୀମାନେ ଘଟଣାସ୍ଥଳରେ ଗାଡ଼ି ଛାଡ଼ି ପଳାଇ ଯାଇଛନ୍ତି। ଅପରପକ୍ଷେ ଏହା ଏକ ସୁ ସଙ୍ଗଠିତ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

11 + 14 =