ଏସସିିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍

କଟକ ଏସସିିବି ମେଡିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚାର୍ଜସିଟ୍ ଦାଖଲ କରାଯାଇଛି । ମଙ୍ଗଳାବାଗ ପୋଲିସ ଦାଖଲ କରିଛି ଏହି ଚାର୍ଜସିଟ୍ ।
ଗତବର୍ଷ ଅକ୍ଟୋବର ୨୧ ତାରିଖରେ ସପନ ପାଲ ନାମକ ଜଣେ ଆଡଭୋକେଟ୍ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ନେଇକି ଏସସିବି ଓପିଡିକୁ ଯାଇଥିଲେ । ଓପିଡି ଦିନ ୧ଟା ଯାଏଁ ଖୋଲା ରହିବା କଥା । କିନ୍ତୁ ଓପିଡି ବନ୍ଦ ଥିଲା । ଯାହାର ପ୍ରତିବାଦ କରିଥିଲେ ଆଡଭୋକେଟ୍ । କିଛି ଜୁନିୟର ଡାକ୍ତରଙ୍କ ସହ ତାଙ୍କର ବଚସା ହୋଇଥିଲା । କଥା କଟାକଟି ହେବାରୁ ଆଡଭୋକେଟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଡାକ୍ତର । ଏହାପରେ ସେ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଫଳ ଶୂନ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ।

Share

Leave a Reply

Your email address will not be published. Required fields are marked *

7 + seventeen =