ଜାଡେଜାଙ୍କୁ ନେଇ ଏମିତି କହିଲେ ୱାର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଂଶସା କରିଛନ୍ତି ଅଷ୍ଟ୍ରେଲିୟ ଧୁଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର । ନିକଟରେ ଇଂଲଣ୍ଡରେ ଆୟୋଜନ ହେବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ସାମ୍ଭବ୍ୟ ୧୧ ଜଣିଆ ଦଳରେ ଜାଡେଜାଙ୍କୁ ସାମିଲ କରିବାକୁ କହିଛନ୍ତି ୱାର୍ଣ୍ଣର । ଜାଡେଜା ଜଣେ ଉଚ୍ଚକୋଟିର ଖେଳାଳୀ । ତାଙ୍କର ବ୍ୟାଟିଂ ଓ ବୋଲିଂ କରିବାର ଦକ୍ଷତା ରହିଛି । ଯାହାକି ଦଳକୁ ବହୁତ ଲାଭ ଦାୟକ ହେବ ।

ୠମ୍ବା ବୋଲିଂ କରିବାର ଦକ୍ଷତା ରହିବା ଥିବା ବେଳେ ଉପରେ ବ୍ୟାଟିଂ କରିବା ସହ ଘାତକ ବ୍ୟାଟିଂ ମଧ୍ୟ କରିପାରିବେ ଜାଡେଜା । ସେପଟେ ଅଶ୍ୱିନୀଙ୍କ ସହ ଜାଡେଜାଙ୍କ ବୋଲିଂ ଭଲ କାମ କରିବ । ତେବେ ଜାଡେଜାଙ୍କ ସହ ବିରାଟ କୋହଲି ଓ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି । ବିରାଟ ଏବେ ଭଲ ଫର୍ମରେ ଅଛନ୍ତି । ସେ ଦଳକୁ ବିଜୟ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ସେପଟେ ଯୁବ ଖେଳାଳୀଙ୍କ ଲାଗି ମାର୍ଗ ଦର୍ଶକ ସାଜିଛନ୍ତି ରାହୁଲ ଦ୍ରାବିଡ । ଭାରତୀୟ ଯୁବ ଖେଳାଳୀଙ୍କୁ ଭଲ କୋଚିଂ ଦେବା ସହ ଭାରତରେ ଯୁବ ଖେଳାଳୀ ବାହାର କରିବାରେ ଦ୍ରାବିଭଡ଼ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

Share

Leave a Reply

Your email address will not be published. Required fields are marked *

ten + 9 =