ୱାର୍ନର, ସ୍ମିଥ ସିଧାସଳଖ ବିଶ୍ବକପ୍ ଖେଳିବେ

ମେଲବର୍ନ (): ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିବା ଡେଭିଡ ୱାର୍ନର ଓ ଷ୍ଟିଭ ସ୍ମିଥ ସିଧାସଳଖ ବିଶ୍ବକପରେ ଅଷ୍ଟ୍ରେଲିଆ ଦଳର ପ୍ରତିନିଧିତ୍ବ କରିପାରିବେ, ଯଦି ସେମାନଙ୍କ ବାସନ୍ଦାଦେଶ ସନ୍ତୋଷଜନକ ରହେ । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଇକେଲ ହସି । ଅଷ୍ଟ୍ରେଲିଆର ଦିନିକିଆ ଦଳ ଏବେ ଖରାପ ସମୟ ଦେଇ ଗତି କରୁଛି । ଗତ ୧୫ଟି ମ୍ୟାଚ୍ ମଧ୍ୟରୁ ଦଳ କେବଳ ୨ଟି ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି । ଏବେଠାରୁ କହିବା କଷ୍ଟକର । ମାତ୍ର ଏବେକା ଦଳୀୟ ଖେଳାଳିଙ୍କ ଗୁଣବତ୍ତାକୁ ନଜରରେ ରଖିଲେ ସେମାନେ ବିଶ୍ବକପ୍ ଦଳକୁ ଫେରିବେ । ବାସନ୍ଦାଦେଶ ସମୟସୀମାରେ ସେମାନଙ୍କୁ ସବୁକିଛି ଠିକ୍ କରିବାକୁ ପଡ଼ିବ । ନିଜ ଫର୍ମ ଓ ଫିଟନେସ ବ୍ୟତୀତ ନିଜ ବ୍ୟବହାର ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ତା’ପରେ ହିଁ ସେମାନେ ସିଧାସଳଖ ବିଶ୍ବକପ୍ ଦଳରେ ସ୍ଥାନ ପାଇପାରିବେ । କାରଣ ସେମାନ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଖେଳାଳି। ଏହାବାଦ୍ ସେମାନେ ନିଜର ପ୍ରଦର୍ଶନ ପ୍ରତି ସଚେତନ ରହିବା ଉଚିତ । ଉଭୟ ଖେଳାଳି ଗ୍ଲୋବାଲ ଟି୨୦ ଲିଗ୍ କାନାଡାରେ ଖେଳିବାକୁ ଯାଉଛନ୍ତି । ଏଣୁ ସେମାନଙ୍କ ପ୍ରଦର୍ଶନ ଚିନ୍ତାଜନକ ବିଷୟ ହେବ ନାହିଁ ବୋଲି ହସି କହିଛନ୍ତି । ଏବେ ଇଂଲଣ୍ଡ ଗସ୍ତରେ ଥିବା ଅଷ୍ଟ୍ରେଲିଆ ଦଳର ବହୁ ନିୟମିତ ଖେଳାଳି ସ୍ଥାନ ପାଇ ନାହାନ୍ତି । ମିଚେଲ ଷ୍ଟାର୍କ, ଜୋସ ହାଜଲେହୁଡ, ପାଟ କୁମିନ୍ସ, ମିଚେଲ ମାର୍ଶଙ୍କ ଭଳି ଖେଳାଳି ଆହତ ସମସ୍ୟା କାରଣରୁ ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଏହା ହିଁ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ମୁଖ୍ୟ କାରଣ । ଏଥିଯୋଗୁ ଦଳ ଆଇସିସି ଦିନିକିଆ ମାନ୍ୟତାରେ ଦଳ ୩୪ ବର୍ଷରେ ନିମ୍ନତମ ର଼୍ୟାଙ୍କକୁ ଖସି ଯାଇଛି ।

Share

Leave a Reply

Your email address will not be published. Required fields are marked *

1 + 17 =