ବିରାଟଙ୍କ ସ୍ତ୍ରୀଙ୍କୁ ଅନଫଲୋ କଲେ ରୋହିତ

ୱାଲର୍ଡକପ ସେମିଫାଇନାଲରେ ଭାରତ ପରାଜୟ ହେବାକୁ ନେଇ କ୍ୟାପ୍ଟେନ ବିରାଟ କୋହଲୀ ଏବଂ ଓପ୍ନର ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍ ନାହିଁ । ଉଭୟଙ୍କ ସମ୍ପର୍କ ଭଲ ସ୍ଥିତିରେ ନଥିବାର ବଡ ପ୍ରମାଣ ହେଉଛି । ରୋହିତ ଏବେ ବିରାଟଙ୍କ ସ୍ତ୍ରୀ ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କୁ ସୋସିଆଲ ମିଡଆ ଇନଷ୍ଟାରେ ଅନ୍ଫଲୋ କରିଛନ୍ତି। ଏହା ପୂର୍ବରୁ ରୋହିତ ପ୍ରଥମେ ଇନ୍ଷ୍ଟା ପେଜରୁ କ୍ୟାପ୍ଟେନ ବିରାଟଙ୍କୁ ଅନଫଲୋ କରିଥିଲେ।

ତେବେ ରୋହିତ ଅନୁଷ୍କାଙ୍କୁ ଅନ୍ଫଲୋ କରିଥିବା ନେଇ  ଅଭିନେତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଖରାପ ଧାରଣା । ଏହା ଦ୍ବାରା କଠୋର ସତ୍ୟ ସବୁ ବାହାରକୁ ଆସିବ। ବିବାଦ ପାଇଁ ସେମାନେ ପରସ୍ପରଙ୍କ ସହ କଥା ହେବା ବନ୍ଦ କରିଦେଇଛନ୍ତି। ଏନେଇ ସେ ବହୁତ ଦୁଃଖିତ। ହେଲେ ଏବେ ଯାଏଁ ବିରାଟ୍ ରୋହିତଙ୍କ ପତ୍ନୀ ରିତୀକା ସଜଦେହଙ୍କୁ ଫଲୋ କରୁଛନ୍ତି। ରୋହିତ ଏହି ଫଲୋ ଅନଫଲୋର ପ୍ରକ୍ରିୟା ବହୁତ ଆଗରୁ ଆରମ୍ଭ କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + nineteen =