ପ୍ରଥମ ଥର ପାଇଁ ଓଡିଶାରେ ପୋଲିସ ଜୁଡୋ କ୍ଲଷ୍ଟର

କଟକ () ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ପୋଲିସ ଜୁଡୋ କ୍ଳଷ୍ଟର 2018 । ସର୍ବଭାରତୀୟ ପୋଲିସ କଣ୍ଟ୍ରୋଲ ବୋର୍ଡର ଦିଗ୍ ଦର୍ଶନରେ ଓଡିଶା ପୋଲିସ ପ୍ରଥମ ଥର ପାଇଁ ଏହି ମେଗା ପ୍ରତିଯୋଗୀତାକୁ ଆୟୋଜନ କରିଛି । ଏହି ପ୍ରତିଯୋଗିତାରେ ଓଡିଶା ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନିରୁ 33 ଟି ଦଳରୁ ପ୍ରାୟ 1200 ପ୍ରତିଯୋଗୀ, 300 ଅଧିକାରୀ ଓ ଟ୍ରେନର ଭାଗନେବେ । ଏହା ଚଳିତ ମାସ 15 ରୁ ଆରମ୍ଭ ହୋଇ 19 ତାରିଖରେ ଶେଷ ହେବ । ଏହି ପ୍ରତିଯୋଗିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଏବଂ ବାରାବାଟି ଷ୍ଟାଡିୟମରେ ଥିବା ସଚିନ ତେନ୍ଦୁଲକର ଇଣ୍ଡୋର ହଲରେ ଖେଳାଯିବ ।

ଏହି ଟିମଗୁଡିକ ମଧ୍ୟରେ 4ଟି ଇଭେଣ୍ଟ ଜିମ୍ନାଷ୍ଟିକ, ତାଇକୋଣ୍ଡୋ, ଜୁଡୋ ଓ ଉଷୁ କ୍ରୀଡ଼ାରେ ପ୍ରତିଯୋଗିତା ହେବ। ହକି ବିଶ୍ବକପ ରେ ନିୟୋଜିତ ହେଇଥିବା ମାସ୍କଟ ଅଲି କୁ ମଧ୍ୟ ମାସ୍କଟ ଭାବେ ଗ୍ରହଣ କରିଛି ଓଡିଶା ପୋଲିସ । କ୍ରିଡା ଓ ଯୁବ ବ୍ୟାପାର ବିଭାଗ ମଧ୍ୟ ଏହି ପ୍ରତିଯୋଗିତା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେଇଛି ।

ଆରକ୍ଷୀ ମହାନିର୍ଦେଶକ ଡ଼ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ପ୍ରତିଯୋଗୀତା ପରିଚଳନା କମିଟିର ଅଧକ୍ଷ ଅଟନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ମନୋଜ ଛାବ୍ରା ଓ ବିନୟତୋଷ ମିଶ୍ର ଯଥାକ୍ରମେ ଉପାଧ୍ୟକ୍ଷ ଓ ପରିଚଳନା ସମ୍ପାଦକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ଆଜି ମାସ୍କଟ ଓ ଲୋଗ ଉନ୍ମୋଚନ କରିବା ସହିତ ସମସ୍ତ ବିଭାଗୀୟ ଖେଳାଳିଙ୍କୁ ଉତ୍ସାହମୂଳକ ଖେଳ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ରାଜେନ୍ଦ୍ର ପ୍ରତାପ ଶର୍ମା ।

ବିଭିନ୍ନ ସ୍ଥାନରୁ ଆସିଥିବା ଖେଳାଳିଙ୍କୁ ବାରବାଟି ଷ୍ଟାଡିୟମ, କିଟ ବିଶ୍ବବିଦ୍ୟାଳୟ, ଏସଓଜି କ୍ୟାମ୍ପ, ଷଷ୍ଠ ବାଟାଲିଆନ, ଏନଡିଆରଏଫି, ବିଏସଏଫ ଓ ସିଆରପିଏଫ କ୍ୟାମ୍ପସରେ ରହିବା ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seven + seventeen =