ଏସିଆନ୍‌ ଗେମ୍ସର ପଦକ ବିଜେତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ୧୮ ତମ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳିଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେବା ସହ ଅଲିମ୍ପିକ୍ସ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରାକ୍‌ ଇଭେଣ୍ଟ୍‌ରେ ହେପ୍ଟାଥଲନରେ ସ୍ୱର୍ଣ୍ଣ ବିଜେତା ସ୍ୱପ୍ନା ବର୍ମନ ଓ ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡ଼ିଶାର ଦୂତୀ ଚାନ୍ଦ, ହିମା ଦାସଙ୍କ ସହ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖେଳାଳିମାନେ ଏସିଆନ୍‌ ଗେମ୍ସରେ ଦେଶ ପାଇଁ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ଏସିଆନ୍‌ ଗେମ୍ସରେ ଭାରତ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ସହ ମୋଟ୍‌ ୬୯ଟି ପଦକ ପାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

 

Share

Leave a Reply

Your email address will not be published. Required fields are marked *

12 − nine =