ପାକ୍ ଅଧିନାୟକ ସର୍ଫରାଜ ୪ଟି ମ୍ୟାଚ୍ରୁ ବାସନ୍ଦ

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଆନ୍ଦିଲେ ଫେଲୁକାଓଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟ ଦେବା ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ଫେଳୁକାଓଙ୍କୁ ‘ଆବେ କାଳିଆ’ ବୋଲି ସମ୍ବୋଧନ କରିଥିବାରୁ କ୍ଷମା ମାଗିଥିଲେ।
କିନ୍ତୁ ଏହି କ୍ଷମା ପ୍ରାର୍ଥନା ଆଇସିସିକୁ ସନ୍ତୁଷ୍ଟ କରିପାରି ନାହିଁ। ଫଳରେ ସର୍ଫରାଜଙ୍କୁ ଆସନ୍ତା ୪ଟି ମ୍ୟାଚ୍ରୁ ଆଇସିସି ବାସନ୍ଦ କରିଛି। ଏହି ବାସନ୍ଦ ଯୋଗୁ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ସର୍ଫରାଜ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ସୋଏବ ମାଲିକ ଦଳର ନେତୃତ୍ୱ ନେବେ।
ସର୍ଫରାଜ ଆଇସିସିର ଅଣ ବର୍ଣ୍ଣ ବୈଷମ୍ୟ ନୀତିକୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଥିଲେ। ତେଣୁ ତାଙ୍କ ବିରୋଧରେ ଏଭଳି ଦଣ୍ଡିବିଧାନ କରାଯାଇଛି।”

Share

Leave a Reply

Your email address will not be published. Required fields are marked *

8 − five =