ଟିମ ନ୍ୟୁଜ ୱାଲର୍ଡ଼ ପକ୍ଷରୁ ହକି ବିଶ୍ୱକପ ଚିୟର ଅପ

ଭୁବନେଶ୍ୱର () ଆଉ ଦିନ କେଇଟା ପରେ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ହକି ମହାକୁମ୍ଭ । କ୍ରୀଡା ଜଗତରେ ଇତିହାସ୍ ରଚିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ପ୍ରୟାସରେ ସାମିଲ ହୋଇଛନ୍ତି ରାଜ୍ୟବାସୀ ଓ ସବୁ ମହଲର କ୍ରୀଡା ପ୍ରେମୀ । ଏହି ହକି ଫିବର ମିଡିଆ ଜଗତକୁ ବି ଘରିଛି । ଓଡ଼ିଶାର ଏକ ଅଗ୍ରଣୀ ଟିଭି ନ୍ୟୁଜ ଚ୍ୟାନେଲ ନ୍ୟୁଜ ୱାଲର୍ଡ଼ ଓଡ଼ିଶାରେ ମଧ୍ୟ ଏହି ମାନିଆ ଦେଖିବାକୁ ମିଳିଥିଲା ।

ପ୍ରଥମଥର ପାଇଁ ଏକ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମ ଭାବେ ନ୍ୟୁଜ ୱାଲର୍ଡ଼ ଓଡ଼ିଶା ହକିକୁ ସମସ୍ତେ କିଭଳି ଆପଣାଇବେ ଓ କେମିତି ଚିଅରଅପ କରିବେ ସେନେଇ ଏକ ଅଭିନଭ ପ୍ରୟାସ ଆରମ୍ଭ କରିଛି । ଟିମ ନ୍ୟୁଜ ୱାଲର୍ଡ଼ର ହକି ପ୍ରେମୀ ଗଣମାଧ୍ୟମ ପ୍ରତିନିଧିମାନେ ହକି ୱାର୍ଲଡ଼ କପର ଜର୍ସି ପିନ୍ଧି ବିଶ୍ୱର 16ଟି ଟିମକୁ ସ୍ୱାଗତ ଜଣାଇବା ସହ ଖେଳାଳି ଉତ୍ସାହିତ କରିବାକୁ ଏକ ପ୍ରୟାସ କରିଥିଲେ ।

ବିଶ୍ୱକପ ହକି ଲାଗି ବିଶ୍ୱର ସମସ୍ତ ହକି ଟିମକୁ ସ୍ୱାଗତ କରିଥିଲେ ନିଜ ନ୍ୟୁଜ ରୁମରେ ନ୍ୟୁଜ ୱାଲର୍ଡ଼ ମୁଖ୍ୟ ସମ୍ପାଦକ ଭକ୍ତ ତ୍ରିପାଠୀ, ମୁଖ୍ୟ ସଂଯୋଜକ ଭୂଦୀପ ମହାନ୍ତି, ଇନପୁଟ ଏଡ଼ିଟର ରଙ୍ଗାଧର ପଣ୍ଡା, ପାର୍ଥସାରଥୀ ରାଉତ, ଅଭିନାଶ ମହାପାତ୍ର ପ୍ରମୁଖ ପୁରା ଟିମକୁ ହକି ବିଶ୍ୱକପର ଅଭିନନ୍ଦନ ଜାଣିଛନ୍ତି । ଏଭଳି ପ୍ରୟାସ ସବୁ ସ୍ତରରୁ ହବା ଆବଶ୍ୟକ । ଏହି କ୍ରୀଡା ଆମ ରାଜ୍ୟର କ୍ରୀଡା ଏବଂ ଏହାର ଆୟୋଜନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପରୁ ଉର୍ଧ୍ୱକୁ ଉଠି ଏହାର ସଫଳତା ପାଇଁ ସ୍ପୋର୍ଟସମ୍ୟାନ ସ୍ପିରିଟରେ ସବୁ ଦେଶର ଖେଳାଳିଙ୍କୁ ଉତ୍ତମ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା ଉଚିତ ।

Share

Leave a Reply

Your email address will not be published. Required fields are marked *

eleven − 11 =