ମହିଳା ସ୍କ୍ୱାଶ ଗେମରେ ଭାରତକୁ ମିଳିଲା ରୋପ୍ୟ ପଦକ

ଜାକର୍ତା: ଏସିଆନ୍‌ ଗେମ୍ସର ମହିଳା ସ୍କ୍ୱାଶ ଇଭେଣ୍ଟର ଫାଇନାଲ୍‌ ମୁକାବିଲାରେ  ଭାରତୀୟ ମହିଳା ଦଳ   ହଂକଂଠାରୁ ୦-୨ ସେଟ୍‌ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ା ଅନ୍ୟପକ୍ଷରେ ଏବେ ଭାରତର ପଦକ ସଂଖ୍ୟା ୬୮ରେ ପହଞ୍ଚିଛି। ଏଥିରେ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ୍‌ ପଦକ ରହିଛି। ସେହିପରି ପଦକ ତାଲିକାରେ ଭାରତ ୮ ନଂରେ ପହଞ୍ଚିଛି। ଏବେ ବି ୨୭୯ ପଦକ ସହ ଚୀନ୍‌ ଶୀର୍ଷ ସ୍ଥାନରେ ଥିବା ବେଳେ ୧୯୭ ପଦକ ସହ ଜାପାନ ଦ୍ୱିତୀୟ ଓ ୧୬୮ ପଦକ ସହ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି।

Share

Leave a Reply

Your email address will not be published. Required fields are marked *

five + eleven =