ଭାରତକୁ ନୌଚାଳନାରେ ୩  ପଦକ

ଜାକର୍ତା: ଚଳିତ ଏସିଆନ୍‌ ଗେମ୍ସର ତ୍ରୟୋଦଶ ଦିନରେ ଭାରତକୁ ନୌଚାଳନାରେ ୩ଟି ପଦକ ମିଳିଥିବା ବେଳେ  ମହିଳା ବର୍ଗ ନୌଚାଳନାରେ ବର୍ଷା ଗୌତମ ଓ ଶ୍ୱେତା ଶେରଭେଗାର ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତଛନ୍ତି। ୨୦ ବର୍ଷୀୟ ବର୍ଷା ଓ ୨୭ ବର୍ଷୀୟ ଶ୍ୱେତା ମିଳିତ ଭାବେ ୧୫ଟି ରେସ୍‌ ପରେ ୪୦ ପଏଣ୍ଟ ପାଇ ଏହି ସଫଳତା ହାସଲ କରିଛନ୍ତି।ସେହିପରି ଭାରତର ହର୍ଷିତା ତୋମାର ନୌ ଚାଳନାର ବ୍ୟକ୍ତିଗତ ଇଭେଣ୍ଟ୍‌ରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ପୁରୁଷ ନୌଚାଳନା ଇଭେଣ୍ଟ୍‌ରେ ବରୁଣ ଠାକର ଅଶୋକ ଓ ସିଜି କେଲାପାଣ୍ଡା ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ସ୍କ୍ୱାଶ ଟିମ୍‌ ସେମିଫାଇନାଲ୍‌ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି।  ଚଳିତ ଏସିଆନ୍‌ ଗେମ୍ସର ପଦକ ତାଲିକାରେ ଭାରତର ସ୍ଥାନ ୮ ନଂରେ ରହିଛି।ଭାରତର ପଦକ ସଂଖ୍ୟା ୬୩ରେ ପହଞ୍ଚିଛି। ଏଥିରେ ୧୩ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି।

 

Share

Leave a Reply

Your email address will not be published. Required fields are marked *

ten − 9 =