ଆସନ୍ତାକାଲି ପ୍ରଥମ ଟି-୨୦

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଖେଳାଯିବ। ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ୱେଷ୍ଟପାକ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ ୧୨ଟା ୩୦ରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ଶୃଙ୍ଖଳାରେ ୪-୧ରେ ଜିତିଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ। ଭାରତ ବିଗତ ୩ ମାସ ମଧ୍ୟରେ ବିଦେଶୀ ମାଟିରେ ମଧ୍ୟ ନିଜର ବଳିଷ୍ଠତା ପ୍ରମାଣିତ କରିଆସିଛି।
ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ମ୍ୟାଚ୍ ପୂର୍ବରୁ ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଶିଖର ଧାଓ୍ଵନ୍ କହିଛନ୍ତି, ଆମେ ବି ମଣିଷ ଏବଂ ଶରୀରକୁ ବିଶ୍ରାମ ଦରକାର। ଆମେ ମ୍ୟାଚ୍ରେ ବିଜୟୀ ହୋଇ ଶୃଙ୍ଖଳାକୁ ନିଜର କରିବାକୁ ଉଦ୍ୟମ କରିବୁ ବୋଲି ଟିମ୍ ଇଣ୍ଡିଆର ଓପନ୍ର ଗଣମାଧ୍ୟମକୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

4 × 4 =