ବିସିସିଆଇ ସହ ଆଲୋଚନା କରୁଛି ଏସଏଲସି, ଶ୍ରୀଲଙ୍କାରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପକୁ ଲାଗି ରହିଛି ଚର୍ଚ୍ଚା । କେଉଁଠାରେ ଆୟୋଜନ ହେବ ତାହା ଏଯାବତ ସ୍ପଷ୍ଠ ହୋଇନାହିଁ । ଏହାରି ଭିତରେ ଆସିଛି ବଡ଼ ଖବର । ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ଆୟୋଜନ ହୋଇପାରେ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ଆଲୋଚନା କରୁଛି ବିସିସିଆଇ । ସେହିପରି ୟୁଏଇରେ ମଧ୍ୟ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଚର୍ଚ୍ଚା ହେଉଛି । ହେଲେ ଯଦି ୟୁଏଇରେ ହୁଏ ତେବେ ସେଠାରେ କେବଳ ୩ଟି ଷ୍ଟାଡିୟମ ରହିଛି । କିନ୍ତୁ ଶ୍ରୀଲଙ୍କା ପାଖରେ ଷ୍ଟାଡିୟମର ଅନେକ ବିକଳ୍ପ ରହିଛି । ତେବେ କେଉଁଠି ହେବ ଟି-୨୦ ବିଶ୍ୱକପ ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

ଟି-୨୦ ବିଶ୍ୱକପର ଆୟୋଜନ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବାର ଥିଲା । ହେଲେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଏହାକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି ବିସିସିଆଇ । ଏହାପୂର୍ବରୁ ଶ୍ରୀଲଙ୍କା ଏଲଆଇପିଏଲ ଆୟୋଜନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ତେବେ ଭେନ୍ୟୁ ତୁରନ୍ତ ବାଛିବାକୁ ଜୁନ ୨୮ ଯାଏଁ ବିସିସିଆଇକୁ ସମୟ ଦେଇଛି ଆଇସିସି ।

Share

Leave a Reply

Your email address will not be published. Required fields are marked *

18 − 17 =