ଦଳକୁ ଫେରିବେ ହେଜେଲଉଡ୍

ଆହତ କାରଣରୁ ଟିମ୍ରୁ ଦୂରେଇ ରହିଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ୍ ବିଶ୍ୱକପ୍ ପୂର୍ବରୁ ଦଳକୁ ଫେରିବେ। ବ୍ୟାକ ଇଞ୍ଜୁରୀ ଯୋଗୁ ହେଜେଲଉଡ୍ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିଥିଲେ। ସେହିପରି ଆସନ୍ତା ଫେବୃଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ସିରିଜ୍ରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ।
ଭାରତ ବିପକ୍ଷ ସିରିଜ୍ ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପୂର୍ବର ଶେଷ ଦିନିକିଆ ସିରିଜ୍ ପାକିସ୍ତାନ ବିପକ୍ଷରେ ଖେଳିବ। କିନ୍ତୁ ଏହି ସିରିଜ୍ରେ ହେଜେଲଉଡ୍ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ତେବେ ସେ ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା ବିଶ୍ୱକପ୍ରେ ନିଶ୍ଚିତ ଖେଳିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଆଶା କରାଯାଇଛି।

Share

Leave a Reply

Your email address will not be published. Required fields are marked *

four × 2 =