ବୈଜୟନ୍ତଙ୍କ ବିରୋଧରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ନେବ କି ?

ଭୁବନେଶ୍ବର () ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉପରେ ପ୍ରତକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଆମ ଯାହା କହିଆସୁଥିଲୁ ତାହା ସତ ପ୍ରମାଣିତ ହୋଇଛି । ବୈଜୟନ୍ତ ପଣ୍ଡା ଜଣେ ବ୍ୟବସାୟୀ ଏବଂ ସେ ରାଜନୀତିରେ ଲୋକଙ୍କ ସେବା ପାଇଁ ଯୋଗଦେଇନଥିଲେ ବରଂ ନିଜ ଆର୍ଥିକ କାରବାରକୁ ସୁରକ୍ଷା ଓ ପ୍ରୋତ୍ସାହିତ କରିବା ପାଇଁ ରାଜନୀତିକୁ ଅସ୍ତ୍ର କରିଥିଲେ ।
ମାନସ କହିଛନ୍ତି ଯେ, ବୋଧହୁଏ ଏହି କାରଣ ପାଇଁ ସେ ସବୁବେଳେ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ସପକ୍ଷରେ ଲେଖୁଥିଲେ । ୨୦୧୪ରେ ସେ ସଂସଦର ଅର୍ଥନୈତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାପାଇଁ ଲବି କରୁଥିଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦ ପାଇଁ ମନୋନୀତ କରିବାକୁ ଅଗ୍ରାହ୍ୟ ପ୍ରକାଶ କରିବାରୁ ତାଙ୍କର ବ୍ୟାବସାୟିକ ସମ୍ପର୍କ ବାଧାପ୍ରାପ୍ତ ହେବା ଆଶଙ୍କାରେ ସେ ଦଳ ବିରୋଧୀ ହୋଇଥିଲା । ଗତ ୨୦୧୮ ଜାନୁଆରୀ ୨୬ ତାରିଖରେ ଦଳ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ କୁହାଯାଇଛି । ଏହି କାରଣ ପାଇଁ ବୈଜୟନ୍ତ କ୍ଷୁବ୍ଧ ହୋଇ ଦଳ ବିରୋଧୀ କାର୍ଯ୍ୟ ଆରମ୍ଭ କଲେ ।
କେନ୍ଦ୍ରର ଏନଡିଏ ସରକାର ଦାବି କରିଆସୁଛନ୍ତି ଯେ, ସେମାନେ କଳାଧନ ବ୍ୟବସାୟୀ ଓ ବେଆଇନ ଆର୍ଥିକ କାରବାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ଦୃଷ୍ଟିରୁ ବିଜେଡି ଆଶାପ୍ରକାଶ କରୁଛି ଯେ, କେନ୍ଦ୍ର ସରକାର ବୈଜୟନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

9 − nine =