କେନ୍ଦ୍ରମନ୍ତ୍ରୀ ଏତେ ରାଗୁଛନ୍ତି କାହିଁକି ?

ଭୁବନେଶ୍ୱର () ଦେଖନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟବହାର । ନିର୍ବାଚନ ପ୍ରଚାର ସମୟରେ ଫ୍ଲାଇଙ୍ଗ ସ୍ବାର୍ଡର ଅଧିକାରୀଙ୍କୁ କିଭଳି ଧମକ ଦେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଛି ।

ଭିଡ଼ିଓକୁ କିଏ ଉତ୍ତୋଳିତ କରିଛନ୍ତି ଆଉ କେଉଁ ସ୍ଥାନରେ ଏହି ପରିସ୍ଥିତି ଉପୁଜିଛି ତାହା ସ୍ପଷ୍ଟ ନୁହେଁ । କିନ୍ତୁ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଲାଗୁଛି ଏହା ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ କୌଣସି ଏକ ସ୍ଥାନ । କାରଣ ଧର୍ମେନ୍ଦ୍ରଙ୍କ ସହ ବିଜେପି ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ବି ଅଛନ୍ତି ।

ସ୍ଥିତିକୁ ଦେଖିଲେ ଲାଗୁଛି, କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ନିର୍ବାଚନ ଦାୟିତ୍ୱରେ ଥିବା ଫ୍ଲାଇଙ୍ଗ ସ୍ୱାର୍ଡ ଅଟକାଇ ଯାଞ୍ଚ କରିବାକୁ ଚାହୁଁଛନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ନିଜ ପଦର ଧମକ ଦେଇ ବାଧା ସୃଷ୍ଟି କରୁଛନ୍ତି । ସବୁଠାରୁ ବଡ କଥା ହେଲା, ସେ ଯଦି ସ୍ଵଛ ତେବେ ସ୍ୱାର୍ଡ଼କୁ ନିଜ କାମ କରିବାକୁ ଦେଉନାହାନ୍ତି କାହିଁକି । ନିର୍ବାଚନକୁ ଅବାଧ ମୁକ୍ତ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦେଶ ଓ ତତ୍ୱାବଧାନରେ ପର୍ଯ୍ୟବେକ୍ଷକ ଓ ସ୍ୱାର୍ଡ କାର୍ଯ୍ୟ କରୁଛନ୍ତି ।

ସାଧାରଣତଃ ଫ୍ଲାଇଙ୍ଗ ସ୍ୱାର୍ଡ଼ରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ଅଧିକାରୀ ଓ ସ୍ଥାନୀୟ ପୋଲିସ ଥାନ୍ତି । ନିର୍ବାଚନ ସମୟରେ କଳାଟଙ୍କା କାରବାରକୁ ରୋକ ଲଗାଇବାକୁ ଏହି ଫ୍ଲାଇଙ୍ଗ ସ୍କାର୍ଡମାନେ କାମ କରୁଛନ୍ତି । ସେମାନେ ଏଭିତରେ ବହୁ ବଡବଡିଆଙ୍କୁ ମଧ୍ୟ ଧରିଛନ୍ତି ।

ହେଲେ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ସୌଜନ୍ୟତାର ପାଠ ବୋଧହୁଏ ଭୁଲିଯାଇଛନ୍ତି । ସେ ଫ୍ଲାଇଙ୍ଗ ସ୍ବାର୍ଡ ଅଧିକାରୀଙ୍କୁ ଯେଉଁ ସ୍ବରରେ କଥା ହେଉଛନ୍ତି ସେଥିରୁ ଏହି ହିଁ ପ୍ରତ୍ୟୟ ହେଉଛି । ଏଭଳି ଚର୍ଚ୍ଚା ସୋସିଆଲ ମିଡିଆରେ ଏବେ ବହୁଳ ଭାବେ ଟ୍ରୋଲ ହେବାରେ ଲାଗିଛି । ସବୁଠି ତାଙ୍କର ଏଭଳି ବ୍ୟବହାର ବ ଆଉ ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀ ଫ୍ଲାଇଙ୍ଗ ସ୍ବାର୍ଡକୁ ଦେଖି ହଠାତ ଏତେ ଉତ୍ତେଜିତ କାହିଁକି ହୋଇପଡିଲେ । ଧର୍ମେନ୍ଦ୍ର ବାବୁ ଯେମିତି ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି, ଫ୍ଲାଇଙ୍ଗ ସ୍ବାର୍ଡ ସେମିିତି ନିଜ କାମ କରୁଛନ୍ତି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଧମକ ଦେବା ଏବଂ ସେମାନଙ୍କୁ ବାଧା ଦେବାର କାରଣ କଣ ହୋଇଥାଇପାରେ । କିଛି ଧରା ପଡିଯିବାର ଭୟ ନା ପୋଲିସ ଓ ନିର୍ବାଚନ ଅଧିକାରୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ?

Share

Leave a Reply

Your email address will not be published. Required fields are marked *

two × 4 =