ବୈଜୟନ୍ତଙ୍କ ବିଜେପି ଯୋଗଦାନ କାହିଁକି ବିଳମ୍ବ ହେଉଛି, ପଢନ୍ତୁ ଜାଣିବେ …

ଭୁବନେଶ୍ବର () ନିଷ୍ପତ୍ତି ନେଇପାରୁନାହାନ୍ତି ବୈଜୟନ୍ତ ପଣ୍ଡା । ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲ ଯେ, ଆସନ୍ତା 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ବର ଗସ୍ତ କାର୍ଯ୍ୟକ୍ରମ ଅବସରରେ ସେ ବିଜେପିରେ ମିଶିବେ । କିନ୍ତୁ ଆଜି ବୈଜୟନ୍ତ କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରୁନାହାଁନ୍ତି ।

ବୈଜୟନ୍ତଙ୍କ ଏକଥାରୁ ସଙ୍କେତ ମିଳୁଛି ଯେ, ବିଜେପିକୁ ଯିବାକୁ ହୁଏତ କେନ୍ଦ୍ରୀୟ ନେତୃତ୍ବ ଗ୍ରୀନ ସିଗନାଲ ଦେଉନାହାଁନ୍ତି, ନହେଲେ ବୈଜୟନ୍ତ ବିଜେପିରେ ନିଜକୁ ସୁରକ୍ଷିତ ଭାବୁ ନାହାଁନ୍ତି । ଯେଉଁଥିପାଇଁ ସେ ଗତ ପ୍ରାୟ 5 ମାସ ହେଲା ସେ ଦୋଦୂଲ୍ୟମାନ ସ୍ଥିତିରେ ଅଛନ୍ତି । ଏମିତି ବି ବିଜୁ ସମତା କ୍ରାନ୍ତି ଦଳ ଆଡେ ବି ତାଙ୍କର ଦୁର୍ବଳତା ରହିଛି ।

ବିଜେପି ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଅପରାଜିତଙ୍କ ବିଜେପିରେ ଯୋଗଦାନ ବୈଜୟନ୍ତଙ୍କୁ ଅଡୁଆ ହୋଇଛି । ସେ ମଧ୍ୟ ବିଜେପିରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ଅପରାଜିତଙ୍କୁ କେନ୍ଦ୍ରୀୟ ନେତୃତ୍ବ ଅଧିକ ଗୁରୁତ୍ବ ଦେଉଥିବାରୁ ବିଜେପିରେ ମିଶି ନିଜର ଗୁରୁତ୍ବ ହରାଇବା ଭୟ ମଧ୍ୟ ରହିଛି । ଏହା ମଧ୍ୟ ବୈଜୟନ୍ତ ନିଜ ନିଷ୍ପତ୍ତି ଟାଳିବାର ଆଉ ଏକ କାରଣ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

1 + 5 =