ସାଂସଦ ପ୍ରାର୍ଥୀଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ଭୁବନେଶ୍ବର (): ଦକ୍ଷିଣ ଓଡିଶାର ଜଣେ ଦାମୀ ଓ ପ୍ରଭାବଶାଳୀ ସାଂସଦ ପ୍ରାର୍ଥୀଙ୍କ ବିଦେଶୀ ମହିଳାଙ୍କ ସହ ଅସଂଜତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 4ଟି ଲୋକସଭା କ୍ଷେତ୍ର ମଧ୍ୟରୁ ଗୋଟିଏ ଆସନରେ ଏହି ନେତା ଜଣକ ପ୍ରାର୍ଥୀ ହୋଇଛନ୍ତି । ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିବା ଏହି ଭିଡିଓକୁ ରୋକିବା ପାଇଁ ଇତି ମଧ୍ୟରେ ସଂପୃକ୍ତ ସାଂସଦ ପ୍ରାର୍ଥୀ ଭିତିରିଆ ଭାବେ ପୋଲିସର ସହାୟତା ନେବା ସହ ନିଜ କର୍ମୀଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରିଛନ୍ତି ।

ନିର୍ବାଚନ ସମୟରେ ବିଭିନ୍ନ ନେତଙ୍କ ବିଭିନ୍ନ ଗୁମର ଖୋଲିବାକୁ ବିରୋଧୀମାନେ ଉଦ୍ୟମ କରିବା ସ୍ବଭାବିକ କଥା । କିନ୍ତୁ ଏହି ଭିଡିଓ କ୍ଲିପକୁ ଦେଖିଲେ ଲାଗୁଛି ଯେ, ସାଂସଦ ପ୍ରାର୍ଥୀଙ୍କ ଗୋଚରରେ ଏହି ଭିଢିଓ ତାଙ୍କର ବନ୍ଧୁ ଉତ୍ତୋଳନ କରିଛନ୍ତି । ସାଂସଦ ପ୍ରାର୍ଥୀଙ୍କ ବନ୍ଧୁ ହିଁ ଏହି ଭିଡିଓ ଏବେ ଭାଇରାଲ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଦିଲ୍ଲୀରେ ପ୍ରଭାବଶାଳୀ ଏହି ନେତା ଏକ ଦାମି ହୋଟେଲରେ ଜଣେ ବିଦେଶୀନିଙ୍କ ସହ ରୋମାନ୍ସ କରୁଥିବାର ୩ଟି ଭିଡିଓ କ୍ଲିପ୍ ଭାଇରାଲ ହୋଇଛି । ଏହି ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦ୍ବୀମାନେ ସେମାନଙ୍କ କର୍ମୀ ଓ ସମର୍ଥକଙ୍କ ଜରିଆରେ ଏହି ଭିଡିଓ କିଭଳି ବ୍ୟାପକ ଭାବେ ପ୍ରସାର ହେବ ତାର ଯୋଜନା କରୁଛନ୍ତି।

ବନ୍ଦ କୋଠରୀ ଭିତରେ କିଏ କଣ କଲା ତାହା ନିଶ୍ଚୟ ସଂପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ପ୍ରସଙ୍ଗ । କିନ୍ତୁ ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ସାଂସଦ ପ୍ରାର୍ଥୀଙ୍କ ଏଭଳି ଭିଡିଓ ନିଶ୍ଚୟ ତାଙ୍କ ନିର୍ବାଚନୀକୁ ପ୍ରଭାବିତ କରିବା ସହ ଦଳର ଭାବମୂର୍ତ୍ତୀକୁ ମଧ୍ୟ ଖରାପ କରିବ ।

ହୋଟେଲର ପାରିପାର୍ଶ୍ବିକ ପରିସ୍ଥିତି ଓ ସେଠାରେ ଥିବା ପରିଚାରକଙ୍କୁ ଦେଖିଲେ ଏହା ବିଦେଶର କୌଣସି ଏକ ହୋଟେଲ ବୋଲି ଜଣାପଡୁଛି । ଏହି ହୋଟେଲରେ ସାଂସଦ ପ୍ରାର୍ଥୀଙ୍କ ସହ ତାଙ୍କର କିଛି ବନ୍ଧୁ ମଧ୍ୟ ଅଛନ୍ତି। ଭିଡିଓରେ ସାଂସଦ ପ୍ରାର୍ଥୀ ନିଜ ହୋଟେଲ ପ୍ରକୋଷ୍ଠ ମଧ୍ୟରେ ବିଦେଶୀନିଙ୍କ ସହ କ୍ୟାଟ ଓ୍ବାକ ମଧ୍ୟ କରୁଛନ୍ତି । ଆଉ ଏକ କ୍ଲିପରେ ବିଦେଶୀନିଙ୍କ ସହ ନିଘୋଡ ନିଦରେ ଶୋଇଥିବା ଦୃଶ୍ୟ ରହିଛି । ଅନ୍ୟ ଏକ କ୍ଲିପରେ ବିଦେଶୀନିଙ୍କୁ ଆଲିଂଗନ କରି ତାଙ୍କ ଚୁଟି ସଜାଡି ଦେଉଥିବା ଚିତ୍ର ରହିଛି ।

Share

Leave a Reply

Your email address will not be published. Required fields are marked *

3 × 5 =