କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିର ଡ୍ରିଦୟେସଙ୍କ ପରଲୋକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ଆଜି ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ଦିଲ୍ଲୀରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ଦିନ ରାଜଧାନୀରେ ପହଂଚିଥିଲେ । ସେ ଦିଲ୍ଲୀରେ ଉତ୍ତରଖଣ୍ଡ ଭବନରେ ରହିଥିବା ବେଳେ ଆଜି ରୁମ ନଂ -୩୦୩ ରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ଏବେ ତାଙ୍କର ମର ଶରୀରକୁ ଉତ୍ତରାଖଣ୍ଡ ନେବାକୁ ପ୍ରସ୍ତୁତି ଚାଲିଛି ।

ୟୁପିରୁ ଉତ୍ତରାଖଣ୍ଡ ଅଲଗା ହେବା ପରେ ଦୁଇ ଦଶନ୍ଧି ଧରି ଇନ୍ଦିରା ଉତ୍ତରାଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । କଂଗ୍ରେସର ଜଣେ ଜାତୀୟ ଟାଣୁଆ ନେତ୍ରୀ ଭାବେ ମଧ୍ୟ ସେ ବେଶ ଜଣାଶୁଣା । କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଉଠାଇବେ ସେ ସବୁବେଳେ ଆଗରେ ରହୁଥିଲେ । ଦିଲ୍ଲୀ ଆସିବା ପୂର୍ବରୁ ସାରା ଦେଶରେ ମହଙ୍ଗା ମାଡକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭରେ ଭାଗ ନେଇଥିଲେ । ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଦଳର ରଣନୀତି ପ୍ରସ୍ତୁତ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ଏହି ବାବଦରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

two × two =