ଆପରେ ଶ୍ରୀକାନ୍ତ, କୃଷ୍ଣ

ଭୁବନେଶ୍ୱର () ଓଡ଼ିଶାରେ ଆମ ଆଦମୀ ପାର୍ଟିର ନେତୃତ୍ୱ ନେବେ ଶ୍ରୀକାନ୍ତ ଜେନା ଓ କୃଷ୍ଣ ସାଗରିଆ । କଂଗ୍ରେସରୁ ବିଦା ହେବା ପରେ ଏକ ରାଜନୈତିକ ପ୍ଲାଟଫର୍ମ ସନ୍ଧାନରେ ଥିଲେ ଶ୍ରୀକାନ୍ତ ଓ କୃଷ୍ଣ । ଆସନ୍ତା 31 ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସାମାଜିକ ନ୍ୟାୟ ଅଭିଯାନରେ ଯୋଗଦେବେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ । ଏହି ଅବସରରେ ଶ୍ରୀକାନ୍ତ ଓ କୃଷ୍ଣ ଆପରେ ବିଧିବଦ୍ଧ ଭାବେ ଯୋଗଦେବେ ।

କେଜରିୱାଲ ମଧ୍ୟ ଓଡ଼ିଶାରେ ନିଜ ଦଳର ସଂଗଠନ ବୃଦ୍ଧି ଲକ୍ଷ୍ୟ ରଖିଥିଲେ । ଏହି ଅବସରରେ ତାଙ୍କ ପାଇଁ ଶ୍ରୀକାନ୍ତ ଓ କୃଷ୍ଣ ମୋହରା ସାଜିଛନ୍ତି । ସାମାଜିକ ନ୍ୟାୟ ଅଭିଯାନ ମାଧ୍ୟମରେ ଶ୍ରୀକାନ୍ତ ଓ କୃଷ୍ଣ କେନ୍ଦ୍ର, ରାଜ୍ୟ ଏବଂ ସର୍ବୋପରି ରାହୁଲ ଗାନ୍ଧୀଙ୍କ ବିରୋଧରେ ନୂଆ ଅଭିଯାନ ଆରମ୍ଭ କରିବେ ।

Share

Leave a Reply

Your email address will not be published. Required fields are marked *

one × five =