ବୁଜେପୁରରେ ବିଜେପି ଏଜେଣ୍ଟ ସାଜି ମାତିଛନ୍ତି ସ୍କିଲ ଇଣ୍ଡିଆର ଅଧିକାରୀ

ବରଗଡ () ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ବିପର୍ଯ୍ୟୟର ବାସ୍ନା ପାଇବା ପରେ ବିଜେପି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ କଳେବଳେ ଜନମତ ବିଭ୍ରାନ୍ତ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଏହିକ୍ରମରେ ବିଜେପିର ନିର୍ବାଚନ ଏଜେଣ୍ଟ ସାଜିଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ବିଭାଗର ଅଧିକାରୀ । ସେମାନେ ଏବେ ବିଜେପୁରରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସେପଟେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ।

ବିଜେପି ଟାର୍ଗେଟ କରିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କୁ । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧ ରକ୍ଷା କରି ହିଂଜିଲି ସହ ବିଜେପୁରରୁ ଲଢ଼ୁଛନ୍ତି । ବିଜେପୁର ବିିକାଶର ଦାଇତ୍ୱ ନେଇଛନ୍ତି ନିଜେ ନବୀନ । ତେଣୁ ଉପନିର୍ବାଚନ ପରେ ବିଜେପୁରରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି ।

ମୁଖ୍ୟମନ୍ତ୍ରୀ ବିଜେପୁରରୁ ଲଢ଼ୁଥିବାରୁ ଏହାର ପ୍ରଭାବ ପୁରା ପଶ୍ଚିମ ଓଡ଼ିଶାରେ ପଡିବ ଏବଂ ବିଜେଡିର ଭଲ ଫଳାଫଳ ହେବ ବୋଲି ଆକଳନ କରାଯାଉଛି । ଏଥିରେ ଭୟଭୀତ ହୋଇ ସରକାରୀ କଳର ବ୍ୟାପକ ଅପବ୍ୟବହାର କରିବା ଆରମ୍ଭ ହୋଇଛି । ବିଜେପୁରକୁ ଏଥିପାଇଁ ପ୍ରୟୋଗଶାଳା କରିଛି ବିଜେପି । ସେଠାରେ ବିଜେପିର ଏଜେଣ୍ଟ ସାଜି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ନିଯୁକ୍ତ ହୋଇଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟର ଅଧିକାରୀ । ସେମାନେ ଲୋକଙ୍କୁ ଦକ୍ଷତା ବିକାଶ ଓ ନିଯୁକ୍ତିକୁ ନେଇ ବିଭ୍ରାନ୍ତ କରିବା ସହ ବ୍ୟାପକ କଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ହେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ସମ୍ପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ସବୁ ଜାଣିବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଦେଖିବାକୁ ମିଳୁଛି । ନିର୍ବାଚନ ପର୍ଯ୍ୟବେକ୍ଷକମାନେ କେଉଁ ଅଦୃଶ୍ୟ ଚାପରେ ଏଭଳି ଜାଣି ଅଜଣା ହେଉଛନ୍ତି ବୁଝାପଡୁନି ।

Share

Leave a Reply

Your email address will not be published. Required fields are marked *

20 − 6 =