ନବୀନଙ୍କୁ ସମର୍ଥନ ଘୋଷଣା କଲେ ଶରଦ ପାୱାର

ଭୁବନେଶ୍ବର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ମିଳିଛି ଏନସିପି ନେତା ଶରଦ ପାୱାରଙ୍କ ସମର୍ଥନ । ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଶରଦ ପ୍ରତିଶୃତି ଦେଇଛନ୍ତି ଯେ, ଏସଂପର୍କିତ ବିଲ ସଂସଦରେ ଆଗତ ହେଲେ ଏନସିପି ନିଶ୍ଚିତ ଭାବେ ସମର୍ଥନ ଦେବ ।

ସେ କହିଛନ୍ତି ଯେ, ଏନସିପି ମହିଳା ସଂରକ୍ଷଣ ନେଇ ବିଜେଡି ଭଳି ପୂର୍ବରୁ ଚେଷ୍ଟା ଚଳାଇଛି । 1991ରେ ସେ ତାଙ୍କର ଚତୁର୍ଥ ପାଳିର ସରକାରରେ ସବୁ ସ୍ବାୟତ୍ତ ଶାସନ ସଂସ୍ଥାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଏହା ସବୁ ପଂଚାୟତ, ଜିଲ୍ଲା ପରିଷଦ, ପୌର ପରିଷଦ, ପଂଚାୟତ ସମିତିରେ ଲାଗୁ ହୋଇଥିଲା । ପରବର୍ତ୍ତି ସମୟରେ2011 ଏପ୍ରିଲ ମାସରେ ମହାରାଷ୍ଟ୍ର ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ କ୍ରମେ ଏହି ସଂରକ୍ଷଣକୁ 50 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।

ସେ କହିଛନ୍ତି ଯେ, ତାଙ୍କ ଦଳ ପ୍ରତିଷ୍ଠା ହେବା ଦିନରୁ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇଛି । ମହିଳାଙ୍କୁ ବିଧେୟକ ବା ଆଇନ ପ୍ରଣୟନ ପ୍ରକ୍ରିୟାରେ ସାମିଲ କରିବାକୁ ତାଙ୍କ ଦଳ ସବୁବେଳେ ଗୁରୁତ୍ବ ଦେଇଛି  । ଓଡିଶା ସରକାର ମଧ୍ୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ପାଇଁ ଆରମ୍ଭ କରିଥିବା ପ୍ରକ୍ରିୟା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏସଂପର୍କିତ ବିଲ ସଂସଦରେ ଆଗତ ହେଲେ ସେ ନିଶ୍ଚୟ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =