ଭଣ୍ଡାପୋଖରୀରୁ ବିଧାନସଭାକୁ ଏଣ୍ଟ୍ରି ଲକ୍ଷ୍ୟ

ଭୁବନେଶ୍ଵର (): ସାମ୍ବାଦିକତା ଛାଡ଼ି ରାଜନୀତିରେ ପାଦ ରଖିଥିବା ସତ୍ୟପ୍ରକାଶ ନାୟକ ନିର୍ବାଚନ ରାଜନୀତିକୁ ଓହ୍ଲାଇଛନ୍ତି। ଯଦିଓ ପିସିସି ପକ୍ଷରୁ ତାଙ୍କୁ ସେ ନେଇ କୌଣସି ଆଶ୍ଵାସନା ଦିଆଯାଇ ନାହିଁ କିନ୍ତୁ ସେ ଏଥର ଭଣ୍ଡାରୀପୋଖରିରୁ ଲଢ଼ିବା ନିଶ୍ଚିତପ୍ରାୟ । ବିଜେଡି ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ସେ ଟକ୍କର ଦେବେ।

ଏହିକ୍ରମରେ ସତ୍ୟ ଏକ ଯୁବ ସମାବେଶରେ ଯୋଗ ଦେଇଥିଲେ। ବନ୍ତ ଛକଠାରେ ଏହି ସମାବେଶ ଆୟୋଜନ କରାଯାଇଥିଲା, ଯାହାର ନାଁ ଥିଲା ଯୁବ ଗର୍ଜନ ସମାବେଶ। ଯେଉଁପରିମାଣରେ ଯୁବକ  ସେଥିରେ ଯୋଗ ଦେଇଥିଲେ ତାହା ଦେଖି ଲାଗୁଥିଲା ସତ୍ୟ ଆଉ ପର୍ଦା ପଛର ନେପଥ୍ୟ ନାୟକ ହୋଇ ନାହାନ୍ତି ବରଂ ଖୋଲା ଖୋଲି ମଇଦାନକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦିଓ ଏହି ସମାବେଶରେ କଂଗ୍ରେସ ବ୍ୟାନର ନଥିଲା କିନ୍ତୁ ସମସ୍ତ ଯୁବାବର୍ଗ କଂଗ୍ରେସ ସମର୍ଥକ ଥିଲେ।

ପ୍ରାୟ ୭୦୦ ମୋଟର ସାଇକେଲ୍‍ରେ ଓ ୩୦ ବୋଲେରୋ ଗାଡ଼ିରେ ୧୦୦୦ରୁ ଅଧିକ ଯୁବ ସମର୍ଥକଙ୍କ ଏକ ବିରାଟ ଶୋଭାଯାତ୍ରା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର କେନ୍ଦୁଆପଦା ଛକଠାରୁ ବାହାରିଥିଲା । ସତ୍ୟଙ୍କ ନେତୃତ୍ବରେ ଆୟୋଜିତ ଏହି ଯୁବ ଗର୍ଜନ ସମାବେଶ ଅବସରରେ ପ୍ରାୟ ୧୫ କିଲୋମିଟର ଯାଏ ଶୋଭାଯାତ୍ରା ପରିକ୍ରମା କରିଥିଲା। କେନ୍ଦୁଆପଦାଠାରୁ ବାହାରି ଷେଣ୍ଢତୀରା, ନୀଳକ ଦେଇ ବନ୍ତ ବଜାରଠାରେ ଆୟୋଜିତ ସମାଶେରେ ପହଞ୍ଚିଥିଲା । ଯଦିଓ ଖୋଲାଖୋଲି ମନ୍ତବ୍ୟ ଦେଇ ନାହାନ୍ତି ଏହି ସୋ ଜରିଆରେ ସତ୍ୟ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ହେଲାକି ଆଗାମୀ ଦିନରେ ଭଣ୍ଡାରୀପୋଖରିରୁ ହିଁ ନିର୍ବାଚନ ଲଢ଼ିବେ।

Share

Leave a Reply

Your email address will not be published. Required fields are marked *

three + twelve =