ଅପରାଜିତାଙ୍କୁ ଜିତାଇ ନଦେବାକୁ ଚକ୍ରାନ୍ତ : ବିଜେପି କର୍ମୀ

ଭୁବନେଶ୍ବର () ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଦ୍ରୋହ । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଓଲିଉଡ ତାରକା ଅପରାଜିତା ମହାନ୍ତିଙ୍କୁ ଟିକେଟ ଦିଆଯାଇଥିବାରୁ ଆଶାୟୀ ପ୍ରାର୍ଥୀ ଜିଜ୍ଞାସ ପଣ୍ଡାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷ ଉଗାଳିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଜେପି ରାଜ୍ୟ ସଂଗଠନକୁ ଭାଙ୍ଗି ଖଣ୍ଡଖଣ୍ଡ କରିସାରିଲେଣି । ଦଳ ପାଇଁ ଯେଉଁମାନେ ବର୍ଷ ବର୍ଷ ଧରି କାମ କରି ସଂଗଠନ ତିଆରି କରିଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି । ଉତ୍ତର ନିର୍ବାଚନମଣ୍ଡଳୀରେ ଦୀର୍ଘ ବର୍ଷରୁ ଜିଜ୍ଞାସ ପଣ୍ଡା ନିଜ ସଂଗଠନ ସୃଷ୍ଟି କରିଥିବା ବେଳେ ବାହାରୁ ଆମଦାନୀ ନେତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରାଯାଇଛି । ଏହାର ପ୍ରତିବାଦରେ ସବୁ ବୁଥ ସ୍ତରୀୟ କର୍ମୀ ଦଳର ପ୍ରଥମିକ ସଭ୍ୟ ପଦରୁ ଇସ୍ତଫା ଦେବେ ଏବଂ ଜିଜ୍ଞାସଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରାଇ ଜିତାଇବେ ବୋଲି ଚେତାଇ ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପିରେ ଏକଛତ୍ରବାଦ ଚଳାଇଛନ୍ତି । ଏପରିକି ସେ ଦଳର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀଙ୍କୁ ଜିତାଇ ନଦେବାକୁ ଚକ୍ରାନ୍ତ କରୁଛନ୍ତି ।

ବିଜେପିରେ ପ୍ରାର୍ଥୀ ଚୟନକୁ ନେଇ ବିଦ୍ରୋହ ଧିରେ ଧିରେ ତୀବ୍ର ରୂପ ନେଇଛି । କିଛି ଦିନ ପୂର୍ବରୁ ମଧ୍ୟ ଏହିଭଳି ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ କିଛି ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ବିକ୍ଷୋଭ କରିବା ସହ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seven − four =