ବର୍ଷିଲେ ପ୍ରତାପ : ଧର୍ମେନ୍ଦ୍ର ଜଣେ ଅପରାଧିକ ବ୍ୟକ୍ତିତ୍ବ

ଭୁବନେଶ୍ବର () କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଜଣେ ଦୁର୍ନୀତିଗ୍ରସ୍ତ ଓ ଅପରାଧିକ ବ୍ୟକ୍ତି । ଏହା ପୂର୍ବରୁ ପ୍ରମାଣିତ ହୋଇସାରିଛି ।

ଗତକାଲି ବାଙ୍କୀରେ ଜବାବ ମାଗୁଛୁ ଓଡିଶା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଜେଡି ସରକାର ଉପରେ ବର୍ଷିବା ସହ କଟକ ଜିଲ୍ଲାର ବିଧାୟକମାନଙ୍କ ଉପରେ ଚିଟଫଣ୍ଡ ଓ ଦୁର୍ନୀତିର ଆରୋପ ଲଗାଇଥିଲେ । ଏହାର ଜବାବ ଦେବାକୁ ଯାଇ ପ୍ରତାପ ଜେନା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ନିର୍ବାଚନ ପାଣ୍ଠି ସଂଗ୍ରହ କରୁଛନ୍ତି । ରାଜନଗର ଅଂଚଳରେ ଏହା ପ୍ରାମାଣିତ ହୋଇସାରିଛି । ରାଜନଗର ଅଂଚଳରେ ଉଜ୍ଜ୍ବଳା ଯୋଜନାରେ ଜାଲ ହିତାଧିକାରୀଙ୍କୁ ସଂଯୁକ୍ତ କରାଯାଇଥିବା ପ୍ରମାଣିତ ହୋଇସାରିଛି ବୋଲି ସେ କହିଥିଲେ ।

ବିଜେପୁର ଉପନିର୍ବାଚନ ଏବଂ ଗତ ପଂଚାୟତ ନିର୍ବାଚନରେ ପେଟ୍ରେଲ ପମ୍ପ ଜରିଆରେ ଟଙ୍କା ବଣ୍ଟାଯାଉଥିବାର ଅନେକ ପ୍ରମାଣ ରହିଛି । ଧର୍ମେନ୍ଦ୍ର ପ୍ରଧାନ ଟଙ୍କା ଦେଇ ଭୋଟ କିଣିବାକୁ ଚେଷ୍ଟା କରୁଛନ୍ତି, ତେଣୁ ସେ ଜଣେ ଅପରାଧିକ ବ୍ୟକ୍ତିତ୍ବ ବୋଲି ପ୍ରତାପ ଜେନା ଅଭିଯୋଗ କରିଛନ୍ତି । ପ୍ରତାପଙ୍କ ଏହି ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ କିମ୍ବା ବିଜେପିର ପ୍ରତିକ୍ରିୟା ମିଳିନି ।

Share

Leave a Reply

Your email address will not be published. Required fields are marked *

three × 5 =