ଅଶୋକଙ୍କ ସ୍ୱପ୍ନ ପୂରଣ କରିବେ ପ୍ରଣବ, ଯାଜପୁର ହେବ ଏକ ନମ୍ବର

ଯାଜପୁର () ବିରୋଧୀ ଶିବିରକୁ ପୁଣି ଥରେ ତାଯୁବ କଲେ ବିଜେଡିର ଯୁବ ବିନ୍ଧାଣି ପ୍ରଣବ ପ୍ରକାଶ ଦାସ । ସେ ଯାଜପୁରରୁ ପ୍ରାର୍ଥୀ ହେବେ ନାହିଁ ବୋଲି ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣି ବିଜେଡି ସୁପ୍ରିମୋ ନବୀନ ପଟନାୟକ ପୁଣି ଥରେ ପ୍ରଣବଙ୍କୁ ପ୍ରାର୍ଥୀ କରିଛନ୍ତି ।

ଯାଜପୁରର ବିନ୍ଧାଣି ବବିଙ୍କୁ ଏହି ନିର୍ବାଚନମଣ୍ଡଳୀର ନେତୃତ୍ୱ ନେବା ପାଇଁ ବିଜେଡି ସୁପ୍ରିମୋ ତାଙ୍କୁ ତୃତୀୟ ଥର ବିଧାୟକ ପ୍ରାଥୀ କରିଛନ୍ତି । ୨୦୦୯ ରୁ ୨୦୧୪ ୧୦ବର୍ଷ ଧରି ପ୍ରଣବ ଲଗାତାର ଦୁଇଥର ବିପୁଳ ବ୍ୟବଧାନରେ ବିଜୟ ହୋଇଥିଲେ । ତୃତୀୟ ଥର ପାଇଁ ମଧ୍ୟ ନବୀନ ତାଙ୍କ ଉପରେ ଆଶା ପ୍ରକଟ କରିଛନ୍ତି । ଗତ ୧୦ ବର୍ଷ ଧରି ଯାଜପୁରକୁ ବିକାଶ ପଥରେ ନେବା ଓ ନିର୍ବାଚନମଣ୍ଡଳୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ପ୍ରଣବ ପୁନର୍ବାର ବିଜେଡି ପ୍ରାଥୀ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଛି ।

୨୦୧୪ ନିର୍ବାଚନରେ ରେକର୍ଡ ସଂଖ୍ୟକ ୮୬ହଜାରରୁ ଅଧିକ ଭୋଟରେ ଜିତିଥିବା ପ୍ରଣବ ଏଥର ଯାଜପୁରବାସୀଙ୍କର ଆର୍ଶୀବାଦରୁ ପୁଣି ଥରେ ବିଜେଡିର ବିଜୟ ବାନା ବୋଲି ତାଙ୍କ ସମର୍ଥକମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନିଜର ସାଙ୍ଗଠନିକ ଦକ୍ଷତା ଏବଂ ବିରୋଧୀଙ୍କୁ ଧରାଶାୟୀ କରି ଧୂଳି ଚଟାଇବାରେ ମାହୀର ଏହି ଯୁବ ନେତା କେବଳ ଯାଜପୁର ନୁହେଁ ସାରା ରାଜ୍ୟରେ ପରିଚିତ ।

ଦଳ ପାଇଁ ମନ୍ତ୍ରୀପଦକୁ ଛି କରିଦେଇଥିବା ଏହି ଯୁବ ନେତାଙ୍କ ଏକମାତ୍ର ସ୍ୱପ୍ନ ହେଉଛି ତାଙ୍କ ବାପା ସ୍ବର୍ଗତ ଅଶୋକ ଦାସଙ୍କ କର୍ମକ୍ଷେତ୍ର ଯାଜପୁରକୁ ରାଜ୍ୟର ରାଜ୍ୟର ଏକ ନମ୍ବର ଜିଲ୍ଲାର ପରିଚୟ ଦେବା । ଏହି ସ୍ବପ୍ନକୁ ସାକାର କରିବାକୁ ଗତ 10 ବର୍ଷ ଧରି ସେ ଦିନରାତି ଏକାକାର କରି ଲଢ଼ି ଚାଲିଛନ୍ତି । ତାଙ୍କ ବାପା ଜିଲ୍ଲା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ନବୀନ ବାବୁଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନରେ ପୁରଣ କରାଯିବ ବୋଲି ସେ କହିଛନ୍ତି । ମା’ ବିରଜାଙ୍କ ଆର୍ଶୀବାଦରୁ ସେ ୧୦ବର୍ଷ ଧରି ଏ ସଂଗ୍ରାମ ଜାରି ରଖିଛନ୍ତି ଓ ଆଗାମୀ ଦିନରେ ଏହି ଲକ୍ଷକୁ ସେ ପୁରଣ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − five =