ନିରଂଜନଙ୍କୁ ଚ୍ୟାଲେଂଜ ଦେଇ ପ୍ରକାଶଙ୍କ ରାଲି

କଟକ (): କଟକ ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ଆଜି ନିଜ ଅଂଚଳରେ ସେ ଆସନ୍ତୁ ଚାଲିବା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଆଜି ସକାଳୁ ପିର ବଜାର ଠାରୁ ଆରମ୍ଭ ହୋଇ ସାଲେପୁର ମୁଖ୍ୟ ବଜାର ପର୍ଯ୍ୟନ୍ତ ପହଞ୍ଚିଥିଲା ପ୍ରକାଶଙ୍କ ରାଲି । ଏହି ରାଲିରେ ଯୋଗ ଦେଇଥିଲେ ପ୍ରକାଶଙ୍କ ପ୍ରଶଂସକ । ଦଳମତ ନିର୍ବିଶେଷରେ ଏହି ରାଲି ଆୟୋଜନ କରାଯାଇଥିଲା । 2014ରୁ ଆଜି ପର୍ଯ୍ୟନ୍ତ ଯେଉଁ ସାଲେପୁର ଅଂଚଳରେ ବିକାଶର ଯେଉଁ ଧାରା ଲୋକଙ୍କ ପାଖରେ ପହଁଚିଛି ଚିତ୍ର ବୟାନ କରୁଥିଲା ଏହି ରାଲି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରକାଶ କୌଣସି ଦଳୀୟ ସଙ୍କେତର ବ୍ୟବହାର ନକରି ଏହି ରାଲିର ଆୟୋଜନ କରିଥିଲେ । ସେ କଂଗ୍ରେସ ଦଳର ବିଧାୟକ ହୋଇ ବି ରାଲିରେ ନିଜ ଦଳର ସଙ୍କେତ ବ୍ୟବହାର ନକରିବା କି ଦଳୀୟ ନେତାଙ୍କୁ ଆମନ୍ତ୍ରଣ ନକରିବା ଭିନ୍ନ ଏକ ସଙ୍କେତ ଦେଉଛି । ସେ ନିଜେ ମଧ୍ୟ ଏହି ରାଲିରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ଲୋକପ୍ରତିନିଧି ଭାବେ ନିଜ ଶକ୍ତିର ଆକଳନ କରୁଛନ୍ତି । କୌଣସି ଦଳର ଶକ୍ତିରେ ସେ ଶକ୍ତିଶାଳୀ ହେବାକୁ ଚାହୁଁନାହାଁନ୍ତି ।

ପ୍ରକାଶ ବେହେରାଙ୍କ ଏହି ରାଲିକୁ ନେଇ କଟକ ଜିଲ୍ଲା ରାଜନୀତିରେ ଭୃକୁଞ୍ଚନ ସୃଷ୍ଟି ହୋଇଥିବା ବେଳେ ପିସିସି ସଭାପତି ଏବାବଦରେ ନିଜର ଅଜ୍ଞତା ଜାହିର କରିଛନ୍ତି । ପ୍ରକାଶ ରାଲି କରିବା ପାଇଁ ତାଙ୍କ ସହ ଆଲୋଚନା କରିଥିବା ଏବଂ ତାଙ୍କୁ ଆମନ୍ତ୍ରଣ କରିନଥିବା ସେ କହିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟରେ ସେ ଏଭଳି ରାଲିର ଆୟୋଜନ କରିଥିଲେ ସେ ନେଇ ପିସିସି ସଭାପତି ତଦନ୍ତ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − four =