ପ୍ରଫୁଲ ମଲ୍ଲିକ ବରଗଡ ସହ ଦେବଗଡ, ରବି ପାଣି ଝାରସୁଗୁଡା ପର୍ଯ୍ୟବେକ୍ଷକ

ଭୁବନେଶ୍ବର () ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‍ ଦେଇ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ଼ ଜିଲ୍ଲା ସହିତ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ସେହିଭଳି ପୂର୍ବତନ ସାଂସଦ ରବି ପାଣିଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସହିତ ସମ୍ବଲପୁର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛନ୍ତି । ଦେବାଶିଷ ମଲ୍ଲିକ ଓ ସିଦ୍ଧାର୍ଥ ଦାସଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଏବଂ ଡ. ହରିଶ ଚୌଧୁରୀଙ୍କୁ ମୋରଡ଼ା ଓ ସାରସକଣା ବିଧାନସଭା କ୍ଷେତ୍ରର ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − nineteen =