ଭିନ୍ନକ୍ଷମଙ୍କ ପାଇଁ ‘କ୍ୟୁ ଜମ୍ପ୍’

ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନରେ ଭିନ୍ନକ୍ଷମ ଓ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିମାନେ କ୍ୟୁ ବା ଧାଡ଼ିରେ ଛିଡା ହେବେ ନାହିଁ । ସେମାନେ କ୍ୟୁ-ଜମ୍ପ କରି ବା ଧାଡ଼ି ଭାଙ୍ଗି ଆଗରେ ଭୋଟଦେବେ । ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତାର ସହ ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ସବୁ ବୁଥ୍ରେ ଭିନ୍ନକ୍ଷମ ଭୋଟରଙ୍କୁ ସେମାନଙ୍କ ଘରୁ ଭୋଟଗ୍ରହଣ କେନ୍ଦ୍ରକୁ ଆଣି ପୁଣି ଥରେ ଘରେ ଛାଡ଼ିବା ପାଇଁ ସ୍ୱତନ୍ତ୍ର ଯାନର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ମଧ୍ୟ ନିର୍ବାଚନ କମିଶନଙ୍କ ଅନୁରୋଧକ୍ରମେ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରକୁ ୨୫ ହଜାର  ହ୍ୱିଲ୍ ଚେୟାର ଯୋଗାଇ ଦେଇଛନ୍ତି । ସବୁ ଭୋଟଗ୍ରହଣ କେନ୍ଦ୍ରରେଏନ୍ସିସି ଓ ସ୍କାଉଟ୍ ଗାଇଡର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ସହଯୋଗ କରିବାକୁ ଅଛନ୍ତି । ସବୁ ବୁଥ୍ରେ ର‌୍ୟାମ୍ପର ମଧ୍ୟ ବ୍ୟବସ୍ଥା ହୋଇଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୭୦ ହଜାର ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ କରାଯାଇଛି । ସାରାଦେଶରେ ପୁଡୁଚେରୀ ପରେ ଭିନ୍ନକ୍ଷମ ଭୋଟରଙ୍କୁ ଚିହ୍ନଟ ପରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
Share

Leave a Reply

Your email address will not be published. Required fields are marked *

18 − 4 =