ପଂଚାଚନଙ୍କ ଘରବାହୁଡା …

ଭୁବନେଶ୍ବର (): ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାଚନ କାନୁନଗୋ । ଏଥିସହିତ କଂଗ୍ରେସରେ ମିଶିଛନ୍ତି ଜୁନାଗଡ଼ ରାଜା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜଗଦିଶ ଚନ୍ଦ୍ର ମହାନ୍ତି।

କଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ପଂଚାନନଙ୍କ ଏହା ଘରବାହୁଡା ବୋଲି କୁହାଯାଇପାରେ । କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିଲେ ବି ଜନତା ଦଳରୁ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲେ । ପରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ହୋଇ ଅର୍ଥମନ୍ତ୍ରୀ ଥିଲେ । କିନ୍ତୁ ସେ ସମୟରେ ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ବକୁ ସେ ଚ୍ୟାଲେଂଜ କରି ଦଳରୁ ବାହାରିଥିଲେ । ଗତ ପ୍ରାୟ 11 ବର୍ଷ ହେଲା ସେ ପ୍ରତ୍ୟକ୍ଷ ରାଜନୀତିରେ ନଥିଲେ ।

Share

Leave a Reply

Your email address will not be published. Required fields are marked *

14 − four =