ଭାଇ ସ୍ନେହ ଓ ବାପାଙ୍କ ସମ୍ମାନ ଆଗରେ ପଦ୍ମଶ୍ରୀ ତୁଚ୍ଛ

ଭୁବନେଶ୍ୱର () ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା ପଦ୍ମଶ୍ରୀ ଉପାଧୀଙ୍କୁ ଅଗ୍ରାହ୍ୟ କରି ଭାତୃ ପ୍ରେମର ରୋଲ ମଡେଲ ସାଜିଛନ୍ତି । ବିଜୁ ପଟ୍ଟନାୟକଙ୍କ ଝିଅ ହୋଇ ବି ବିବାହ ପରେ ଆମେରିକାର ସ୍ଥାୟୀ ନାଗରିକତ୍ୱ ଗ୍ରହଣ କରିଛନ୍ତି । ହେଲେ ଓଡିଶା, ଓଡିଶାବାସୀ ଓ ତାଙ୍କ ଭାଇ ନବୀନଙ୍କ ପ୍ରତି ତାଙ୍କ ସ୍ନେହ, ପ୍ରେମ ଓ ଆନ୍ତରିକତା ପୂର୍ବପରି ଅତୁଟ ରହିଛି । ନିୟମିତ ବ୍ୟବଧାନରେ ଓଡିଶା ଆସି ନବୀନଙ୍କ ସ୍ୱାସ୍ଥ୍ୟ ଓ ରାଜ୍ୟର ଭଲମନ୍ଦ ବୁଝିଥାନ୍ତି । ଏପରିକି ଜଟିଳ ରାଜନୈତିକ ସ୍ଥିତିରେ ନବୀନଙ୍କ ସହ ଦୃଢ ଭାବେ ଛିଡା ହୋଇ ତାଙ୍କୁ ମାନସିକ ଶକ୍ତି ଯୋଗାଇଥାନ୍ତି । ଏଭଳିସ୍ଥିତିରେ ସେ ପଦ୍ମଶ୍ରୀ ଉପାଧୀଙ୍କୁ ବିନମ୍ରତାର ସହ ଅଗ୍ରାହ୍ୟ  କରିବା ଘଟଣାରେ ବିରୋଧୀଙ୍କ ଆଶ୍ଚର୍ଯ୍ୟପ୍ରକଟ ଅପ୍ରାସଙ୍ଗିକ ମନେହୁଏ ।
ସାହିତ୍ୟ ଓ ରୁଦ୍ଧମନ୍ତ ଲେଖା ପାଇଁ ସେ ବିଶ୍ୱ ସ୍ତରରେ ବେଶ ସୁପରିଚିତ । ଜଣେ ପ୍ରତିଷ୍ଠିତ ଲେଖିକାଙ୍କ ପାଇଁ ପଦ୍ମଶ୍ରୀ ନିଶ୍ଚିତ ଭାବେ ସମ୍ମାନ ଓ ଗୌରବର କଥା । କିନ୍ତୁ ଯେଉଁ ସମୟରେ ତାଙ୍କୁ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାର ମନୋନିତ କରିଛନ୍ତି, ତାହା ଉଚିତ ସମୟ ନୁହେଁ । ଆଗକୁ ସାଧାରଣ ନିର୍ବାଚନ । ରାଜ୍ୟରେ ପଂଚମ ଥର ପାଇଁ ତାଙ୍କ ଭାଇଙ୍କ ନେତୃତ୍ୱରେ ବିଜେଡି ସରକାର ଗଢିବାକୁ ଲଢେଇ କରୁଛି । ଏପରିକି ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ବିରୋଧରେ ସିଧା ସଳଖ  ଲଢେଇର ଆହ୍ୱାନ ଦେଇସାରିଛନ୍ତି । ଏଭଳିସ୍ଥିତିରେ ସେ ନିଜ ଭାଇ ଓ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରି କେନ୍ଦ୍ର ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ତାଙ୍କ ବିବେକାନୁମୋଦିତ ହେଲା ନାହିଁ ।
କେବଳ ଏତିକି ନୁହେଁ, ତାଙ୍କ ବାପା ବିଜୁ ପଟ୍ଟନାୟକ ଥିଲେ ଜଣେ ସର୍ବଭାରତୀୟ ନେତା । ସ୍ୱାଧୀନତା ସଂଗ୍ରାମ ତାଙ୍କ ବଳିଷ୍ଠ ଯୋଗଦାନ ସହ ଜାତୀୟ ରାଜନୀତିରେ ସ୍ୱର୍ଗତ ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଭିପି ସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜୁ ବାବୁଙ୍କୁ ବିଜୁ ଦା ବୋଲି ସମ୍ବୋଧନ କରିଥାନ୍ତି । ବିଭିନ୍ନ ସମୟରେ ଜାତୀୟ ସ୍ତରରେ ସୃଷ୍ଟି ହେଉଥିବା ଅସ୍ଥିରତାର ସମାଧାନ ପାଇଁ ଦଳମତ ନିର୍ବିଶେଷରେ ବିଜୁ ବାବୁଙ୍କ ପରାମର୍ଶକୁ କେନ୍ଦ୍ରୀୟ ନେତାମାନେ ଗ୍ରହଣ କରୁଥିଲେ । ବିଜୁ ବାବୁ ଇଣ୍ଡୋନେସିଆର ସର୍ବୋଚ୍ଚ ରଷ୍ଟ୍ରୀୟ ସମ୍ମାନ ଭୂମୀପୂତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଓଡିଶା ପାଇଁ ବିଜୁ ବାବୁଙ୍କ ଅବଦାନ ମଧ୍ୟ ଅତୁଳନୀୟ । ୯୦ ଦଶକରୁ ବିଜୁ ବାବୁ ଓଡିଶାରେ ଶିଳ୍ପାୟନର ସ୍ୱପ୍ନ ଦେଖିଥିଲେ । ଓଟିଏମ ଠାରୁ ଆରମ୍ଭ କରି ରାଉଲକେଲା ଷ୍ଟିଲ ପ୍ଲାଣ୍ଟ, ପାରାଦୀପ ବନ୍ଦର, କଳିଙ୍ଗନଗର ଶିଳ୍ପ କରିଡର ଏହା ବିଜୁ ବାବୁଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଆନ୍ତରିକତା ଯୋଗୁଁ ହିଁ ସମ୍ଭବ ହୋଇଛି । ଯେଉଁଥିପାଇଁ ଗତ ୧୦ ବର୍ଷ ହେଲା ବିଜୁ ବାବୁଙ୍କୁ ମରୋଣତ୍ତର ଭାରତ ରନ୍ନ ପାଇଁ ବିଜେଡି ଦାବି କରିଆସୁଛି । କେବଳ ବିଜେଡି ନୁହେଁ, ଏକଦା ରାଜନୀତିରେ ବିଜୁ ବାବୁଙ୍କୁ ନିଜ ଆଦର୍ଶ ଓ ଗୁରୁ ବୋଲି ମାନୁଥିବା ନେତାମାନେ ବି ବିଭିନ୍ନ ସମୟରେ ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ଦାବି କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟର ଏ ଦାବିକୁ ଅଗ୍ରାହ୍ୟ କରୁନଥିଲେ ବି ଗତ ୧୦ ବର୍ଷ ମଧ୍ୟରେ ଓଡିଶା ଓ ଜାତୀୟ ରାଜନୀତି ପ୍ରତି ବିଜୁଙ୍କ ଅବଦାନକୁ ଗ୍ରହଣ କରି ସମ୍ମାନିତ କରିବାକୁ ଚିନ୍ତା କରୁନାହାଁନ୍ତି । ଯେଉଁ ସରକାର ତାଙ୍କ ବାପାଙ୍କ ଅବଦାନକୁ ସମ୍ମାନ ଜଣାଉନାହାଁନ୍ତି, ସେ ସରକାରଙ୍କ ଠାରୁ ଝିଅ ଗୀତା କିଭଳି ପଦ୍ମଶ୍ରୀ ଗ୍ରହଣ କରିବେ? ଭାଇ ପ୍ରେମ ସହ ବାପାଙ୍କ ସମ୍ମାନ, ଏଭିତରେ ପଦ୍ମଶ୍ରୀକୁ ତୁଛ ମନେ କରିଛନ୍ତି ଗୀତା ମହେଟା ।
Share

Leave a Reply

Your email address will not be published. Required fields are marked *

1 + 17 =